Masthead

ଅସ୍ତ୍ର ବିରତି ପ୍ରସ୍ତାବକୁ ଭାରତର ସମର୍ଥନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତର ସମର୍ଥନ । ଗାଜାରେ ତୁରନ୍ତ ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତର ସମର୍ଥନ କରିଛି । ୟୁଏନଜିଏରେ ପ୍ରସ୍ତାବକୁ ଭାରତ ସମେତ ୧୫୩ ରାଷ୍ଟ୍ରର ସମର୍ଥନ ଜଣାଇଛନ୍ତି । ପ୍ରସ୍ତାବକୁ ବିରୋଧ କରିଛନ୍ତି ଇସ୍ତ୍ରାଏଲ, ଆମେରିକା ସମେତ ୧୦ ରାଷ୍ଟ୍ର । ଆର୍ଜେଣ୍ଟିନା, ୟୁକ୍ରେନ ସମେତ ୨୩ ରାଷ୍ଟ୍ର ଭୋଟଦାନରୁ ବିରତ ରହିଛନ୍ତି । ଅକ୍ଟୋବର ୭ରେ ଇସ୍ତ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପରେ ଚାଲିଛି ଯୁଦ୍ଧ । ଏବେ ବି ଜରି ରହିଛି ।

ସେପଟେ ହମାସର ଅର୍ଥନୈତିକ କାରବାର ଉପରେ କଟକଣା ଲାଗି ଦାବି କରିଛି ୟୁରୋପୀୟ ୟୁନିଅନ । ୟୁରୋପୀୟ ୟୁନିଅନରେ ବର୍ତ୍ତମାନ ହମାସକୁ ଏକ ଆତଙ୍କୀ ସଂଗଠନ ଭାବେ ଘୋଷଣା କରାଯାଇଛି । ସେପଟେ ତୁରନ୍ତ ଆତ୍ମସମର୍ପଣ କରିବା ଲାଗି ହମାସକୁ ଆହ୍ୱାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଅନ୍ୟପଟେ ଇସ୍ରାଏଲର ଆକ୍ରମଣ ବିରୋଧରେ ବିଶ୍ୱବ୍ୟାପୀ ଧର୍ମଘଟ ଆହ୍ୱାନ ଦେଇଛି ପାଲେଷ୍ଟାଇନ । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୧୮ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୨୦ ଲକ୍ଷ ଲୋକ ବିସ୍ଥାପିତ ହେଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା