Masthead

ହାରିଲା ବୋରୱେଲ ଜିତିଲା ଜୀବନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ରେଙ୍ଗାଲି ରାଲିପାଲିରେ ବୋରୱେଲ ଭିତରେ ଫସିଥିଲା ଶିଶୁ । ଶିଶୁଟିକୁ ଉଦ୍ଧାର କରିବାକୁ ଜାରି ରହିଥିଲା ଅପରେସନ୍ । ତେବେ ୮ ଘଣ୍ଟାର ନନ୍‌ଷ୍ଟପ୍ ଅପରେସନ ପରେ ବୋର୍‌ୱେଲରୁ ଜିତିଲା ଜୀବନ । ସୁରକ୍ଷିତ ଉଦ୍ଧାର ହେଲା ଶିଶୁ କନ୍ୟା । ପରେ ତାକୁ ଆମ୍ବୁଲାନ୍ସରେ ବୁର୍ଲା ହସ୍ପିଟାଲ୍‌ ନିଆଯାଇ ଚିକିତ୍ସା କରଯାଉଛି । ବିଶେଷ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଯୋଗୁ ଶିଶୁଟି ସୁରକ୍ଷିତ ଭାବେ ପାଇପ୍‌ରୁ ଉଦ୍ଧାର ହୋଇଛି । ତେବେ ଏତେ ସହଜ ନଥିଲା ଉଦ୍ଧାର କାର୍ଯ୍ୟ । ରେସ୍କ୍ୟୁ ଟିମ୍ ପାଇଁ ୧୩ ଫୁଟ ତଳେ ୮ ଘଣ୍ଟା ଫସି ରହିଥିବା ନବଜାତ ଶିଶୁକନ୍ୟାକୁ ଉଦ୍ଧାର କାଠିକର ପାଠ ଥିଲା। ବୋର୍‌ୱେଲ ଠାରୁ ଟିକିଏ ଦୂରରେ ଜେସିବି ସହାୟତାରେ ସମାନ୍ତରାଳ ଭାବେ ଗାତ ଖୋଳା ଯାଇଥିଲା ।

ଏହାପରେ ଏକ ଛୋଟିଆ ସୁଡ଼ଙ୍ଗ କରାଯାଇ ଲୁହା ପାଇପ୍‌କୁ ଆରି ବ୍ଲେଡ୍ ଓ ପରେ ମେସିନରେ କଟା ଯାଇଥିଲା । ଶିଶୁଟିକୁ ପାଇପ୍‌ ଭିତରୁ ସୁରକ୍ଷିତ ଉଦ୍ଧାର କରିବା ଚ୍ୟାଲେଞ୍ଜିଂ ଥିଲା ବୋଲି କହିବା ସହ ଉଦ୍ଧାରକାରୀ ଟିମ୍‌କୁ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ପ୍ରଶଂସା କରିଛନ୍ତି । କିପରି ପାଇପ୍‌ କାଟିଲେ ଶିଶୁର କ୍ଷତି ହେବନି, କାଟିବା ବେଳେ ଶିଶୁଟି ଯେପରି ତଳକୁ ଖସି ନଯାଏ, ଲୁହା ପାଇପ୍‌ ଯେପରି ତାତି ନଯାଏ ସେଥିପ୍ରତି ନଜର ରଖାଯାଇଥିଲା । ପାଇପ୍‌ ଭିତରକୁ ନିରନ୍ତର ଅକ୍ସିଜେନ ଛଡାଯାଉଥିଲା ଓ ଶିଶୁଟିକୁ ଉଷୁମ ରଖିବା ପାର୍ଇ ୧୦୦ୱାଟ୍ ଇଲେକ୍ଟ୍ରି ବଲ୍‌ବ ତଳକୁ ଛଡ଼ାଯାଇଥିଲା । ଏଥିପାଇଁ ବିଶେଷ ସହାୟକ ହୋଇଥିଲା ଭୁବନେଶ୍ୱରରୁ ଏୟାରଲିଫ୍ଟ ହୋଇଥିବା ଭିକ୍ଟିମ୍ ଲୋକେସନ କ୍ୟାମେରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା