Masthead

ଅନ୍ୟାୟ ବିରୋଧରେ ଲଢ଼ିବ ‘ଇନସାଫ କେ ସିପାହୀ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବଢିଚାଲିଛି ଦୁର୍ନୀତି । ସାଧାରଣ ଲୋକଙ୍କ ଅର୍ଥକୁ ଲୁଟି ଚାଲିଛନ୍ତି ନେତା ଓ ଅଫିସର । ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ଅର୍ଥର ସିଂହଭାଗ ହେଉଛି ବାଟମାରଣା । ଏଥିରେ ସୁଧାର ନଆସିଲେ ପରିସ୍ଥିତି ବେଳକୁ ବେଳ ଜଟିଳ ହୋଇପଡିବ ବୋଲି ବିଶିଷ୍ଟ ଆଇନଜ୍ଞ କପିଲ ଶିବଲ କହିଛନ୍ତି । ସେ ଏଭଳି ଅନ୍ୟାୟ ବିରୋଧରେ ଅଭିଯାନ ଆରମ୍ଭ କରିବେ । ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶରେ ଚାଲିଥିବା ଅନ୍ୟାୟର ମୁକାବିଲା ପାଇଁ ଏକ ଅଭିଯାନର ଘୋଷଣା କରିଛନ୍ତି ।

ବିଜେପି ସରକାର ଅଧୀନରେ ଦେଶରେ ଚାଲିଥିବା ଅନ୍ୟାୟ ବିରୋଧରେ ଲଢେଇ କରିବା ପାଇଁ ‘ଇନସାଫ’ ନାମରେ ଏକ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଏବଂ ‘ଇନସାଫ କେ ସିପାହୀ’ ନାମରେ ଏକ ୱେବସାଇଟ ଆରମ୍ଭ କରିଛନ୍ତି । ବିରୋଧୀଦଳର ମୁଖ୍ୟମନ୍ତ୍ରୀ ତଥା ନେତାଙ୍କ ସମେତ ସମସ୍ତଙ୍କୁ ତାଙ୍କୁ ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି । କପିଲ ଶିବଲ କହିଛନ୍ତି, ଏହି ୱେବସାଇଟ ଲୋକଙ୍କୁ ସାହାର୍ଯ୍ୟ କରିବ ଆଇନଜୀବୀ ମାନଙ୍କ ବିରୋଧରେ ହେଉଥିବା ଅନ୍ୟାୟ ବିରୋଧରେ ଲଢେଇ କରିବା ପାଇଁ । ଏ ନେଇ ମାର୍ଚ୍ଚ ୧୧ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବୈଠକ କରିବେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିରୋଧୀ ଦଳର ନେତା ତଥା ସାଧାରଣ ଲୋକଙ୍କୁ ନିମନ୍ତ୍ରଣ କରିଛନ୍ତି । ସେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଏବଂ ନେତାଙ୍କ ସମର୍ଥନ ଲୋଡିଛନ୍ତି ।

ସେ କହିଛନ୍ତି, ଏହା ଏକ ଜାତୀୟ ସ୍ତରୀୟ ଫୋରମ୍ ଯେଉଁଠାରେ ଓକିଲମାନେ ଆଗରେ ରହିବେ । ବିଜେପିର ଏକ ଶାଖା କୁହାଯାଉଥିବା ଆରଏସଏସ ତାର ଆଭୁମୁଖ୍ୟକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଜାରି ରଖିଛି ଏଥିରେ ବହୁ ଦୁର୍ନୀତି ହେଉଛି । ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ବରିଷ୍ଠ ଆଇନଜୀବୀ ଶିବଲ କହିଛନ୍ତି । ସେ କହିଛନ୍ତି ଏହା ଏଲକ ସାଧାରଣ ଲୋକଙ୍କ ପ୍ଲାଟଫର୍ମ ହେବ । କୌଣସି ରାଜନୈତିକ ଦଳର ବାହୁ ଛାୟା ତଳେ ରହିବ ନାହିଁ । ସାଧାରଣ ଲୋକ ମଧ୍ୟ ଏଥିରେ ମତାମତ ରଖିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା