Masthead

କୋର୍ଟ ଭିତରେ ଓକିଲଙ୍କ ଉପରକୁ ଆଖିବୁଜା ଗୁଳିମାଡ଼

 ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ) କୋର୍ଟ ପରିସର ଭିତରେ ଘଟିଛି ଏକ ଅଭାବନୀୟ ଘଟଣା । କୋର୍ଟ ଭିତରେ ଓକିଲଙ୍କ ଉପରକୁ ଆଖିବୁଜା ଗୁଳିମାଡ ହୋଇଛି । ତେବେ ଘଟଣାସ୍ଥଳରେ ହିଁ ଓକିଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶର ଶାହଜହାଁପୁରର ଜିଲ୍ଲା କୋର୍ଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସର ସୂଚନା ଅନୁଯାୟୀ, ମୃତ ଓକିଲ ଜଣଙ୍କ ହେଉଛନ୍ତି ଭୂପେନ୍ଦ୍ର ସିଂହ । ସେ ଆଜି କୋର୍ଟ ଭିତରେ ଥିବା ରେକର୍ଡ ରୁମକୁ ଯାଇଥିଲେ । ହଠାତ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ପରେ ତାଙ୍କ ମୃତଦେହ ନିକଟରୁ ଏକ ବନ୍ଧୁକ ସହ ଦୁଇଟି ଗୁଳି ଜବତ ହୋଇଛି ।

ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି । ପୋଲିସର କହିବା ମୁତାବକ, ଓକିଲଙ୍କ ପାଖରେ କେହି ନ ଥିଲେ । ଘଟଣାସ୍ଥଳରେ ଫୋରେନସିକ୍ ଟିମ ପହଞ୍ଚି ତଦନ୍ତ କରୁଛି । ତେବେ କେଉଁ କାରଣରୁ ଓକିଲଙ୍କ ଉପରକୁ ଗୁଳିମାଡ କରାଯାଇଛି ତାହାର ଅଧିକ ତଦନ୍ତ କରୁଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା