Masthead

ବ୍ରାହ୍ମଣୀ ନଦୀରେ ଶହେ ଫୁଟର ଘାଇ

ବରୀ (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ବରୀ ବ୍ଲକର ୩ ପଞ୍ଚାୟତ ବନ୍ୟା ପାଣି ଘେରରେ । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ବରୀବାସୀ ଆତଙ୍କିତ ହୋଇପଡିଛନ୍ତି। ଜଳସମ୍ପଦ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ଵ ମାଟିଆ ପଡ଼ା ନଦୀ ବନ୍ଧରେ ୫ ରୁ ଅଧିକ ଘାଇ ସୃଷ୍ଟି ହୋଇଛି ।

ବନ୍ଧ ବୁଡି ପାଣି ପସୁଥିବା ଦେଖିବାକୁ ମିଳିଛି। ଗତ ବର୍ଷ ଯେଉଁ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା ଚଳିତ ବର୍ଷ ସେହି ସ୍ଥାନ ରେ ଘାଇ ହେବା ଦ୍ବାରା ସାହୁପଡ଼ା , ଇଶାଣପୁର, ବାଲିଆ, ଗୋଲକୁଣ୍ଡ , ସ୍ୱାଇଁଖଣ୍ଡ ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି । ସାହୁପଡାର ମାଟିଆପଡ଼ା ଅଧିକ ପ୍ରଭାବିତ ହୋଇଛି । ଜଳବନ୍ଦୀରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ମାଡିଆପଡାରେ ବ୍ରାହ୍ମଣୀ ନଦୀରେ ଶହେ ଫୁଟ ଓ ଅନ୍ୟ ଏକ ସ୍ଥାନରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର