Masthead

ନୂଆପଡ଼ା ଏସପି କାର୍ଯ୍ୟାଳୟ ଘେରିଲେ ଅସନ୍ତୁଷ୍ଟ ଜନତା

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ନୂଆପଡ଼ା ଏସପି କାର୍ଯ୍ୟାଳୟ ଘେରିଲେ ଅସନ୍ତୁଷ୍ଟ ଜନତା । ଦିଗେଶ୍ୱର ବିଭାର ମୃତ୍ୟୁରେ ପୋଲିସ ତଦନ୍ତକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ଲୋକେ । ବିରୋମାଲ ଗାଁର ଦିଗେଶ୍ୱର ବିଭାରଙ୍କ ମୃତ ଦେହ ଗତ ମାସ ୫ ତାରିଖରେ ଜେଞ୍ଜେରା ଗାଁ ନିକଟରେ ମିଳିଥିଲା। ସେବେଠୁ ଗାଁ ଲୋକେ ଏହା ଏକ ଯୋଜନା ବଦ୍ଧ ଓ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ କରି ଆସୁଥିଲେ। ପୋଲିସ ଠିକ ଦିଗରେ ତଦନ୍ତ କରି ନଥିବା ଅଭିଯୋଗ କରି ଆଜି ଜନତା ଦରବାର ସଂଘର୍ଷ ସମିତି ନୂଆପଡ଼ା ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି।

ସମିତିର ସଦସ୍ୟ ମାନେ ଏକ ରାଲିରେ ବାହାରି ପୋଲିସ ବିରୋଧରେ ନାରାବାଜି କରି ଏସପି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଅନ୍ୟପଟେ ପୀଡିତ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି । ଏଥିସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ମଧ୍ୟ କରିଛି ଜନତା ଦରବାର ସଂଘର୍ଷ । ଏସପି କାର୍ୟ୍ୟାଳୟ ଘେରାଉ ସମୟରେ ପୋଲିସ ଓ ଆନ୍ଦୋଳନ କାରୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ନେଇ ମଧ୍ୟ ଏସପି ସୂଚନା ଦେଇଛନ୍ତି। ଏସପି କିନ୍ତୁ ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି କହିଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ