Masthead

୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କଲେ । ଏହି ଅବସରରେ ସେ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି। ୧୦ ବର୍ଷରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି। ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି । ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ । ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ । ରେଲୱେକୁ ସମୁଦ୍ର ମାର୍ଗରେ ଯୋଡିବାକୁ ଯୋଜନା ।୩ଟି ରେଳ କରିଡର ଆରମ୍ଭ ହେବ । ବନେ୍ଦ ଭାରତ ପାଇଁ ୪୦ ହଜାର ବଗି ନିର୍ମାଣଦେଶ କୋଭିଡ-୧୯ ମହାମାରୀର ଆହ୍ବାନକୁ ଅତିକ୍ରମ କରି ଏକ ଆତ୍ମନିର୍ଭଶୀଳ ଭାରତ ପାଇଁ ମୂଳଦୁଆ ପକାଇଛି।

ଗଠନମୂଳକ ସଂସ୍କାର, ଜନସାଧାରଣ ଅନୁକୁଳ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ସୁଯୋଗ ଅର୍ଥନୀତିକୁ ନବୀକରଣ କରିବାରେ ସାହାଯ୍ୟ କରିଛି। ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଲେ ଅର୍ଥମନ୍ତ୍ରୀ । ଜି-ଗଭର୍ଣ୍ଣାନ୍ସ, ଡି- ଡେଭଲପମେଣ୍ଟ, ପି- ପର୍‌ଫର୍‌ମାନ୍ସ । ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ। ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ। ରିଫର୍ମ, ପର୍‌ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି। ଅର୍ଥ ମନ୍ତ୍ରୀ କହିଛନ୍ତି, ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି। ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି। ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି। ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି। ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି ଓ ୭ଟି ଆଇଆଇଏମ୍‌ ପ୍ରତିଷ୍ଠା ହୋଇଛି। ୧୩ଟି ଏମ୍‌ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା