Masthead

ହାଇଦ୍ରାବାଦଠୁ ୨୩ ରନରେ ହାରିଲା କୋଲକାତା

କୋଲକାତା(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ୧୯ ତମ ମୁକାବିଲାରେ କୋଲକାତାକୁ ୨୩ ରନରେ ହରାଇଲା ହାଇଦ୍ରାବାଦ । ଏହି ମ୍ୟାଚରେ ଚଳିତ ସଂସ୍କରଣର ପ୍ରଥମ ଶତକ ଓ ସବୁଠାରୁ ଲମ୍ବା ସ୍କୋର ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୨୨୮ ରନ ସ୍କୋର କରିଥିଲା । ତେବେ ୨୨୯ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କୋଲକାତା ୨୦୫ ରନରେ ସୀମିତ ରହିଯାଇଥଲା । ଫଳରେ ରନରେ ଏକ ବଡ଼ ବିଜୟ ହାସଲ କରିଛି ହାଇଦ୍ରାବାଦ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ଟସ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ କୋଲକାତା ଅଧିନାୟକ ନୀତିଶ ରାଣା । ତେବେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗକୁ ସଠିକ ଉପଯୋଗ କରିଥିଲେ ହାଇଦ୍ରାବାଦ ବ୍ୟାଟର ।

ଯଦିଓ ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ଦଳକୁ ସେତେ ଭଲ ଆରମ୍ଭ ଦେଇପାରି ନଥିଲେ, କିନ୍ତୁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ହ୍ୟାରୀ ବ୍ରୁକ ତାଙ୍କ ଆଇପିଏଲ କ୍ୟାରିୟରର ଏକ ଶ୍ରେଷ୍ଠ ପାଳି ଖେଲିଥିଲେ । ସେ ଚଳିତ ସଂସ୍କରଣର ପ୍ରଥମ ବ୍ୟାଟର ଭାବେ ଶତକ ଅର୍ଜନ କରିଥିଲା । ସେ କେବଳ ୫୫ ବଲରୁ ୧୨ ଚୌକା ଓ ୩ ଛକା ବଳରେ ଅପରାଜିତ ଶତକ ହାସଲ କରିଥିଲେ । ଅନ୍ୟପଟେ ଅଧିନାୟକ ଏଡେନ ମାର୍କ୍ରମ ମଧ୍ୟ ଧୂଆଁଧାର ମ୍ୟାଚ ଖେଳିଥିଲେ । ସେ ୨୬ ବଲରୁ ୨ଟି ଚୌକା ଓ ୫ ଛକା ବଳରେ ଦୃତ ୫୦ ରନ ସଂଗ୍ରହ କରିଥିଲେ । ତେବେ ବରୁଣ ଚକ୍ରବର୍ତ୍ତୀ ମାର୍କ୍ରମଙ୍କୁ ଆଉଟ କରିବାରେ ସଫଳ ହୋଇଥିଲେ ।

ଏହାପରେ ଅଭିଷେକ ଶର୍ମାଙ୍କ ୧୭ ବଲରୁ ଦୃତ ୩୨ ଓ ହେନରିଚ କ୍ଲାସିନଙ୍କ ୬ ବଲରୁ ଅପରାଜିତ ୧୬ ରନ ବଳରେ ଦଳ ୨୨୮ ରନର ବିଶାଳ ସ୍କୋରରେ ପହଞ୍ଚିଥିଲା । ତେବେ କୋଲକାତା ପକ୍ଷରୁ ପ୍ରାୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦଳର ଷ୍ଟାର ବୋଲର ଲକି ଫର୍ଗୁସନ କେବଳ ୨ ଓଭର ବୋଲିଂ କରି ସର୍ବାଧିକ ୩୭ ରନ କରିଥିଲେ । ସେହିଭଳି ଉମେଶ ଯାଦବ ମଧ୍ୟ ୩ ଓଭରରେ ୪୨ ରନ କରିଥିଲେ ମଧ୍ୟ ଉଭୟ କୌଣସି ସଫଳତା ପାଇନଥିଲେ । କେବଳ ଆନ୍ଦ୍ରେ ରୁସେଲ ଦଳ ପାଇଁ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ବରୁଣ ଚକ୍ରବର୍ତ୍ତୀ ୪ ଓଭରରୁ ୪୧ ରନ ବଳରେ ଗୋଟିଏ ସଫଳତା ପାଇଥିଲେ । ଅନ୍ୟ କୌଣସି ବୋଲରଙ୍କୁ ଏହି ମ୍ୟାଚରେ ଆଶାନୁରୂପ ସଫଳତା ମିଳିନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ