Masthead

ଆଜି ଆଇପିଏଲରେ ରାହୁଲଙ୍କ ପାଇଁ କର ବା ମର

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଇପିଏଲର ତ୍ରୟୋଦଶ ସିଜିନର ୩୧ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ । ବିରାଟ କୋହଲିଙ୍କୁ ଟକ୍କର ଦେବେ କେ.ଏଲ. ରାହୁଲ । ଉଭୟ ଦଳ ଆଜି ସେମାନଙ୍କ ଅଷ୍ଟମ ମ୍ୟାଚ ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳବେ । ଆଜିର ମ୍ୟାଚ ପଞ୍ଜାବ ପାଇଁ କର ବା ମର ସ୍ଥିତିରେ ରହିଛି । ପଞ୍ଜାବ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ଗୋଟିଏ ବିଜୟ ସହ ପଏଣ୍ଟେ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି । ଆଇପିଏଲରେ ଟପ୍ ଚାରି ଦଳ ମଧ୍ୟରେ ପଞ୍ଜାବକୁ ରହିବାକୁ ହେଲେ ପରବର୍ତ୍ତି ସବୁ ମ୍ୟାଚକୁ ଜିତିବାକୁ ପଡିବ ।

ଅପରପକ୍ଷରେ ବିରାଟ ବାହୀନି ଚଳିତ ବର୍ଷ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ୭ଟି ମ୍ୟାଚରୁ ୫ଟି ବିଜୟ ସହ ପଏଣ୍ଟେ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଆଇପିଏଲ ଇତିହାସରେ ଉଭୟ ଦଳ ୨୫ଥର ସାମ୍ନାସାମ୍ନି ହୋଇଥିବା ବେଳେ ବାଙ୍ଗାଲୋର ୧୨ଥର ବିଜୟ ହୋଇଥିବା ବେଳେ ପଞ୍ଜାବ ୧୩ଥର ବିଜୟ ଲାଭ କରିଛି । ଆଜିର ମ୍ୟାଚକୁ ଜିତି ପଞ୍ଜାବ ଆଇପିଏଲରେ ଟପ ଚାରି ଦଳ ମଧ୍ୟରେ ରହିବାକୁ ଚେଷ୍ଟା କରିବ ଏବଂ ବାଙ୍ଗାଲୋର ମ୍ୟାଚକୁ ଜିତି ପଏଣ୍ଟେ ଟେବୁଲର ଶୀର୍ଷକୁ ଯିବା ପାଇଁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା