Masthead

ଦୁବାଇରେ ମହାମୁକାବିଲା: ଫାଇନାଲ ଫାଇଟରେ ମୁମ୍ବାଇ-ଦିଲ୍ଲୀ

ଦୁବାଇ (ବଡ଼ ଖବର ବ୍ୟୁରୋ): ଆଉ କିଛି ସମୟ ପରେ ଏଠାରେ ଅନୁଷ୍ଠିତ ହେବ ଆଇପିଏଲର ମହାମୁକାବିଲା । ଆଇପିଏଲ ସିଜନ-୧୩ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଟକ୍କର ଦେବ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ପ୍ଲେ ଅଫରେ ଦମଦାର ପ୍ରଦର୍ଶନ କରି ମୁମ୍ବାଇ ଦିଲ୍ଲୀକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱିତୀୟ ପ୍ଲେ ଅଫରେ ସନ ରାଇଜର୍ସ ହାଇଦ୍ରାବାଦକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଆଜିର ଫାଇନାଲ ମ୍ୟାଚ ଜିତି ମୁମ୍ବାଇ ପଞ୍ଚମ ଥର ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି । ସେହିପରି ଦିଲ୍ଲୀ ଆଜିର ମ୍ୟାଚ ଜିତି ୧୩ ବର୍ଷ ଧରି ଅପେକ୍ଷା କରିଥିବା ଆଇପିଏଲ ବିଜୟ ମୁକୁଟକୁ ପିନ୍ଧିବାକୁ ଚେଷ୍ଟା କରିବ ।
ମୁମ୍ବାଇ ଚଳିତ ସିଜନରେ ଦମଦାର ପ୍ରଦର୍ଶନ କରିଛି । ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲର ସନ୍ତୁଳିତ ଭାବରେ ଖେଳିଥିଲେ । ଆଜିର ମ୍ୟାଚରେ ମୁମ୍ବାଇ ସେହି ଦମଦାର ପ୍ରଦର୍ଶନ ଜାରି ରଖିବ ବୋଲି ଆଶା କରାଯାଉଛି । ଚଳିତ ସିଜନରେ ରୋହିତଙ୍କ ବ୍ୟାଟରୁ କିଛି ଦମଦାର ଇନିଂସ ମିଳିପାରି ନାହିଁ । ଆଜିର ଏହି ବଡ଼ ମ୍ୟାଚରେ ରୋହିତ କମାଲ କରିପାରନ୍ତି ବୋଲି ଆଶା କରାଯାଉଛି । ଅନ୍ୟପଟେ ଦିଲ୍ଲୀ ସିଜନର ପ୍ରାରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା । କିନ୍ତୁ ଶେଷ ପର୍ଯ୍ୟାୟରେ ପରାଜୟ ବରଣ କରିଥିଲା । ହେଲେ ପ୍ଲେ ଅଫରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ଦିଲ୍ଲୀ ପାଇଁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଚିନ୍ତାର କାରଣ ପାଲଟିଛି । ଆଜିର ମ୍ୟାଚରେ ମଧ୍ୟକ୍ରମରେ ଅଧିନାୟକ ଶ୍ରେୟାସ ଆୟର ଓ ରିଷଭ ପନ୍ଥ ଭଲ ଖେଳିବେ ବୋଲି ଆଶା କରାଯାଉଛି ।
ଅପରପକ୍ଷରେ ଆଇପିଏଲ ଇତିହାସରେ ଉଭୟ ଦଳ ୨୭ଥର ମୁହାଁମୁହିଁ ହୋଇଛନ୍ତି । ମୁମ୍ବାଇ ୧୫ ଓ ଦିଲ୍ଲୀ ୧୨ ଥର ବାଜି ମାରିଛି । ଚଳିତ ସିଜନରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ସମସ୍ତ ତିନୋଟି ମୁକାବିଲାରେ ମୁମ୍ବାଇ ଦିଲ୍ଲୀକୁ ପରାସ୍ତ କରିଥିଲା । ଆଜିର ମ୍ୟାଚ ଜିତି ଦିଲ୍ଲୀ ଚଳିତ ସିଜନରେ ତିନୋଟି ପରାଜୟର ପ୍ରତିଶୋଧ ନେବା ସହ ପ୍ରଥମ ଥର ଆଇପିଏଲ ଟାଇଟଲ ହାସଲ କରିବାକୁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ