Masthead

ଚାଷୀ ଅଛି ଚାଷ ବି ଅଛି, ହେଲେ କେନାଲରେ ପାଣି ନାହିଁ

ପାଟକୁରା (ବଡ଼ ଖବର ବ୍ୟୁରୋ): ଚାଷୀ ଅଛନ୍ତି, ଚାଷ ଅଛି, କେନାଲ ବି ଅଛି ହେଲେ କେନାଲରେ ପାଣି ନାହିଁ । ଯାହା ଫଳରେ କେନାଲ ପାଣି ଉପରେ ନିର୍ଭରଶୀଳ ଚାଷିମାନଙ୍କ ଅବସ୍ଥା କହିଲେ ନସରେ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୃଷି ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ତହସିଲ ଅଞ୍ଚଳରେ। ଏମ୍ ସି ଆଇ ଆଇ ଅଧିନରେ ଖୋଳା ଯାଇଥିବା ଚିତ୍ରୋପ୍ତଳା ନଦୀର ଦକ୍ଷିଣ ପାର୍ଶ୍ଵ ମୁଖ୍ୟ କେନାଲ ମଧ୍ୟରୁ ବାହାରିଥିବା ଶାଖା କେନାଲ, ମଇଦିପୁର୍-ଚାଉଳିଆ କେନାଲଟି ମୁଖ୍ୟ କେନାଲ୍ ଠାରୁ ଉଚ୍ଚାରେରେ ଥିବାରୁ ଏଥି ମଧ୍ୟକୁ ପାଣି ଆସିପାରୁ ନାହିଁ।

ଯାହା ଫଳରେ ଚାଷୀ ରୁଆ ବେଉସା କରି ନ ପାରି ବର୍ଷକର ଆହାର ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି। ପ୍ରତି ବର୍ଷ କେନାଲ ସଫେଇ ନାମରେ କୋଟି କୋଟି ଟଙ୍କା ହରିଲୁଟ୍ କରାଯାଉଥିବା ବେଳେ କେନାଲର ଲେବୁଲ୍ ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳର ଚାଷୀ ଓ ବୁଦ୍ଧିଜୀବୀ । କେନାଲ ଖନନ ବେଳେ ବିଭାଗୀୟ ଯନ୍ତ୍ରୀ ଓ ଉପରିସ୍ଥ ଅଧିକାରୀମାନଙ୍କ ଅନୁପସ୍ଥିତି ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଥିବା ବେଳେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀ ଅନ୍ନଦାତାଙ୍କ ସ୍ଵାର୍ଥକୁ ଦୃଷ୍ଟି ରେ ରଖି କି ପ୍ରକାର ପଦକ୍ଷେପ ନେଉଛନ୍ତି ଦେଖିବାର ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର