Masthead

ଜାଣନ୍ତୁ ତେଜସ୍ୱୀ ଓ ଲଭ୍ ସିହ୍ନାଙ୍କ ସ୍ଥିତି

ପାଟନା (ବଡ଼ ଖବର ବ୍ୟୁରୋ): ରଘୋପୁର ବିଧାନସଭା ଆସନରୁ ଆଗରେ ଅଛନ୍ତି ମହାଗଠବନ୍ଧନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ। ସେ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ସତୀଶ କୁମାର ଯାଦବଙ୍କୁ ପଛରେ ପକାଇଛନ୍ତି। ତେଜସ୍ୱୀ ୯ ହଜାର ୩୬୮ ଭୋଟରେ ଆଗୁଆ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ତେଜସ୍ୱୀ ୩୬ ହଜାର ୨୧ ଭୋଟ ପାଇଥିବା ବେଳେ ସତୀଶ ୨୬ ହଜାର ୬୫୩ ଭୋଟ ପାଇଛନ୍ତି। ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ରାକେଶ ରୋଶନ ୧୨ ହଜାର ୭୭୨ ଖଣ୍ଡ ଭୋଟ ପାଇଛନ୍ତି।
ସେହିପରି ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ୍ ସିହ୍ନା ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରେ ଡେବ୍ୟୁ କରିଥଲେ। ସେ ବଙ୍କୀପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି ଭାରତୀୟ ଜନତା ପାର୍ଟିର ନୀତିନ ନବୀନ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ନୀତିନ। ନୀତିନ ୧୨ ହଜାର ୩୬୩ ଭୋଟରେ ଲଭ୍ ସିହ୍ନାଙ୍କୁ ପଛରେ ପକାଇଛନ୍ତି। ନୀତିନ ୨୧ ହଜାର ୩୬୩ ଭୋଟ ପାଇଥିବା ବେଳେ ଲଭ୍ ୯ ହଜାର ୪୧ ଖଣ୍ଡ ଭୋଟ ପାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ