Masthead

ଆଜି ଆଇପିଏଲରେ ସ୍ମିଥଙ୍କୁ ଟକ୍କର ଦେବେ ଏହି ଯୁବ କ୍ୟାପଟେନ

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲର ୩୦ତମ ମ୍ୟାଚରେ ମୁହାଁମୁହିଁ ହେବେ ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଦଳ ଆଜି ସେମାନଙ୍କ ଅଷ୍ଟମ ମ୍ୟାଚ ଦୁବାଇରେ ଖେଳିବେ । ରାଜସ୍ଥାନ ୭ଟି ମ୍ୟାଚରୁ ୩ଟି ବିଜୟ ସହ ପଏଣ୍ଟେ ଟେବୁଲରେ ସପ୍ତମ ସ୍ଥାନରେ ଥିବା ବେଳେ ଦିଲ୍ଲୀ ୭ଟି ମ୍ୟାଚରୁ ୫ଟି ବିଜୟ ସହ ପଏଣ୍ଟେ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ରାଜସ୍ଥାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ଆରମ୍ଭ କରିଥିଲେ କିନ୍ତୁ ପରବର୍ତ୍ତି ସମୟରେ ଖରାପ ପ୍ରଦର୍ଶନ କରି ବିଜୟ ହାତଛଡା କରିଥିଲେ । ଗତ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ପୁଣି ଥରେ ବିଜୟ ଧାରାକୁ ଫେରିଛି ରାଜସ୍ଥାନ ।
ସେହିପରି ଭାବରେ ଦିଲ୍ଲୀ ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟେ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଗତ ମ୍ୟାଚ ପୂର୍ବରୁ ଦିଲ୍ଲୀକୁ ଳାଗିଛି ବଡ ଝଟକା । ଯୁବ ବ୍ୟାଟ୍ସମ୍ୟାନ ତଥା ୱିକେଟରକ୍ଷକ ରିଷବ ପନ୍ତ ଆହତ କାରଣରୁ କିଛି ମ୍ୟାଚରେ ଖେଳିବେ ନାହିଁ । ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ମଧ୍ୟ ଆହତ କାରଣରୁ ଚଳିତ ବର୍ଷ ଆଇପିଏଲରୁ ବାଦ୍ ପଡିଛନ୍ତି । ଏହି କାରଣରୁ ଦଳ ମଧ୍ୟରେ ସନ୍ତୁଳନର ଅଭାବ ଗତ ମାଚରେ ଦେଖିବାକୁ ମିଳିଥିଲା । ଆଜି କିପରି ଭାବେ ଦଳରେ ସନ୍ତୁଳନ ରକ୍ଷା କରି ପଡିଆକୁ ଓହ୍ଲାଉଛନ୍ତି ତାହା ଦେଖିବାର ବିଷୟ ।
ଆଇପିଏଲ ଇତିହାସରେ ଉଭୟ ଦଳ ୨୧ ଥର ମୁହାଁମୁହିଁ ହୋଇଥିବା ବେଳେ ୧୧ ଥର ରାଜସ୍ଥାନ ଓ ୧୦ ଥର ଦିଲ୍ଲୀ ବାଜି ମାରିଥିଲା । ଆଜିର ମ୍ୟାଚକୁ ଜିତି ଉଭୟ ଦଳ ପଏଣ୍ଟେ ଟେବୁଲରେ ଉପରକୁ ଯିବା ପାଇଁ ଚେଷ୍ଟା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ