Masthead

ଆଜି ଆଇପିଏଲରେ ସ୍ମିଥଙ୍କୁ ଟକ୍କର ଦେବେ ଏହି ଯୁବ କ୍ୟାପଟେନ

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲର ୩୦ତମ ମ୍ୟାଚରେ ମୁହାଁମୁହିଁ ହେବେ ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଦଳ ଆଜି ସେମାନଙ୍କ ଅଷ୍ଟମ ମ୍ୟାଚ ଦୁବାଇରେ ଖେଳିବେ । ରାଜସ୍ଥାନ ୭ଟି ମ୍ୟାଚରୁ ୩ଟି ବିଜୟ ସହ ପଏଣ୍ଟେ ଟେବୁଲରେ ସପ୍ତମ ସ୍ଥାନରେ ଥିବା ବେଳେ ଦିଲ୍ଲୀ ୭ଟି ମ୍ୟାଚରୁ ୫ଟି ବିଜୟ ସହ ପଏଣ୍ଟେ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ରାଜସ୍ଥାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ଆରମ୍ଭ କରିଥିଲେ କିନ୍ତୁ ପରବର୍ତ୍ତି ସମୟରେ ଖରାପ ପ୍ରଦର୍ଶନ କରି ବିଜୟ ହାତଛଡା କରିଥିଲେ । ଗତ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ପୁଣି ଥରେ ବିଜୟ ଧାରାକୁ ଫେରିଛି ରାଜସ୍ଥାନ ।
ସେହିପରି ଭାବରେ ଦିଲ୍ଲୀ ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟେ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଗତ ମ୍ୟାଚ ପୂର୍ବରୁ ଦିଲ୍ଲୀକୁ ଳାଗିଛି ବଡ ଝଟକା । ଯୁବ ବ୍ୟାଟ୍ସମ୍ୟାନ ତଥା ୱିକେଟରକ୍ଷକ ରିଷବ ପନ୍ତ ଆହତ କାରଣରୁ କିଛି ମ୍ୟାଚରେ ଖେଳିବେ ନାହିଁ । ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ମଧ୍ୟ ଆହତ କାରଣରୁ ଚଳିତ ବର୍ଷ ଆଇପିଏଲରୁ ବାଦ୍ ପଡିଛନ୍ତି । ଏହି କାରଣରୁ ଦଳ ମଧ୍ୟରେ ସନ୍ତୁଳନର ଅଭାବ ଗତ ମାଚରେ ଦେଖିବାକୁ ମିଳିଥିଲା । ଆଜି କିପରି ଭାବେ ଦଳରେ ସନ୍ତୁଳନ ରକ୍ଷା କରି ପଡିଆକୁ ଓହ୍ଲାଉଛନ୍ତି ତାହା ଦେଖିବାର ବିଷୟ ।
ଆଇପିଏଲ ଇତିହାସରେ ଉଭୟ ଦଳ ୨୧ ଥର ମୁହାଁମୁହିଁ ହୋଇଥିବା ବେଳେ ୧୧ ଥର ରାଜସ୍ଥାନ ଓ ୧୦ ଥର ଦିଲ୍ଲୀ ବାଜି ମାରିଥିଲା । ଆଜିର ମ୍ୟାଚକୁ ଜିତି ଉଭୟ ଦଳ ପଏଣ୍ଟେ ଟେବୁଲରେ ଉପରକୁ ଯିବା ପାଇଁ ଚେଷ୍ଟା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ