Before Header

ମୁଁ କାରର୍ଗିଲରେ ଦେଶ ବଞ୍ଚାଇଲି , କିନ୍ତୁ ରକ୍ଷା କରିପାରିଲିନି ପତ୍ନୀଙ୍କ ସମ୍ମାନ

0 96

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମଣିପୁର ଘଟଣାକୁ ନିନ୍ଦା କରୁଛି ସାରା ଦେଶ । ମହିଳାଙ୍କ ସମ୍ମାନକୁ ନେଇ ଯେଉଁ ଘଟଣା ଘଟିଛି ସେଥିରେ ସାମ୍ନାକୁ ଆସୁଛି ହୃଦୟ ବିଦାରକ ଚିତ୍ର । କାର୍ଗିଲ ଯୁଦ୍ଧରେ ଦେଶର ସୁରକ୍ଷା ଦାୟିତ୍ୱ ନେଇଥିବା ଯବାନ ନିଜ ସ୍ତ୍ରୀଙ୍କ ସମ୍ମାନ ବଂଚାଇ ପାରିନାହାନ୍ତି । ପ୍ରକାଶ କରିଛନ୍ତି କ୍ଷୋଭ । ଯାହାକି ଖୁବ ହୃଦୟ ବିଦାରକ । କାର୍ଗିଲରେ ବଂଚାଇଥିଲେ ଦେଶ । ହେଲେ ବଂଚାଇ ପାରିଲେନି ପତ୍ନୀଙ୍କ ଇଜ୍ଜତ । ଏଭଳି କିଛି କହି କ୍ଷୁବ୍ଧ ପ୍ରକାଶକ ରିଛନ୍ତି ମଣିପୁର ପୀଡିତାଙ୍କ ସ୍ୱାମୀ । ସେନାରେ କାମ କରି ଦେଶକୁ ସୁରକ୍ଷା ଦେଇଥିଲେ ସତ ହେଲେ ଯେତେବେଳେ କଥା ନିଜ ସ୍ତ୍ରୀଙ୍କ ସମ୍ମାନ ରକ୍ଷା କରିବାର ସେତବରେ ଅସମର୍ଥ ହୋଇଥିଲେ ସେ ।

ଗତ ମେ’ ୪ ତାରିଖରେ ମଣିପୁରର କାଙ୍ଗପୋକପି ଜିଲ୍ଲାରେ କିଛି ଅସାମାଜିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ଏବଂ ଯୋøନ ନିର୍ଯାତନା ଦେବା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ସଂସଦରୁ ସଡକ ସବୁଠି ଦେଖିବାକୁ ମିଳିଛି ବିରୋଧର ସ୍ୱର । ମହିଳାଙ୍କ ସହ ହୋଇଥିବା ଏହି ନଗ୍ନ ପ୍ୟାରେଡ ହିଂସାର ଭୟାବହାତାକୁ ପ୍ରକାଶ କରିଛି । ନକ୍ନ ପ୍ୟାରେଡର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ଅତି ଉଦବେଗଜନକ ଘଟଣା ସଂପର୍କରେ ବର୍ଣ୍ଣନା କରିଛନ୍ତି । ଭାରତୀୟ ସେନାରେ ସୁବେଦାର ପଦବୀରୁ ଅବସର ନେଇଥିବା ପିଡୀତା ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ସେ ଦେଶକୁ ସୁରକ୍ଷା ଦେଇଛନ୍ତି କିନ୍ତୁ ତାଙ୍କ ପତ୍ନୀ ଓ ଅନ୍ୟ ମହିଳାଙ୍କ ସମ୍ମାନ ରକ୍ଷା କରିପାରିଲେ ନାହିଁ ।

ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପ୍ୟାରେଡ କରାଯିବା ଘଟଣା ସାରା ଦେଶରେ କ୍ରୋଧ ସୃଷ୍ଟି କରିଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କାର୍ଗିଲ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ଜଣେ ମହିଳାଙ୍କ ସ୍ୱାମୀ ସମ୍ପୁର୍ଣ୍ଣ ଘଟଣା ସଂପର୍କରେ କହିଛନ୍ତି ଯେ ତାଙ୍କ ପତ୍ନୀ ଡିପ୍ରେସନରେ ଥିଲେ । ପିଲାଙ୍କ ପାଇଁ ସ୍ୱାଭାବିକ ଅବସ୍ତାକୁ ଫେରିବାକୁ ଉଦ୍ୟମ କରୁଛନ୍ତି । ମୁଁ ଶ୍ରୀଲଙ୍କାରେ କାରର୍ଗିଲ ମଧ୍ୟ ଦେଶକୁ ସୁରକ୍ଷା ଦେଇଥିଲି କିନ୍ତୁ ଅବସର ପରେ ମୁଁ ମୋ ପତ୍ନୀଙ୍କୁ ସୁରକ୍ଷା ଦେଇପାରିଲି ନାହିଁ । ମୁଁ ଯୁଦ୍ଧ ସ୍ଥାନ ଅପେକ୍ଷା ଏଠାରେ ମୋ ସ୍ଥାନକୁ ଅଧିକ ବିପଜନ୍ନକ ମନେକରୁଛି । ସେ ଆହୁରିମଧ୍ୟ କହିଛନ୍ତି ଯେ ଜଣେ ବଣୁଆଯନ୍ତୁର ଆକ୍ରମଣ ଅପେକ୍ଷା ଏହି ଘଟଣା ଅଧିକ ବିପଜନ୍ନକ ଅଟେ । ଦୁର୍ଘଟଣା ପରେ ମହିଳା ଜଣକ ଉଦାସୀନ ଅଛନ୍ତି ।

୪୨ ବର୍ଷିୟା ମହିଳା ଜଣଙ୍କ କହିଛନ୍ତି ଯେ ଆମକୁ ନୃତ୍ୟ କରାଇଲେ, ଉଲଗ୍ନ କରି ଠେଲିଦେଲେ । ଅବସରପ୍ରାପ୍ତ ସୈନିକ ଜଣଙ୍କ କହିଛନ୍ତି ଯେ ୩ ଓ ୪ ମେ’ରେ ହଜାର ହଜାର ଲୋକ ଏହି ଅଞ୍ଚଳର ନଅଟି ଗାଁ ଉପରେ ଆକ୍ରମଣ କରିଥିଲେ । ଘର ଓ ଚର୍ଚ୍ଚ ପୋଡି ଘରୋଇ ପଶୁମାନଙ୍କୁ ହତ୍ୟା କରିଥିଲେ । ସମସ୍ତ ଗ୍ରାମବାସୀ ସେମାନଙ୍କ ଜୀବନ ରକ୍ଷା କରିବାକୁ ସେଠାରୁ ଦୌଡିଥିଲେ । ମୋ ପତ୍ନୀ ଏବଂ ଅନ୍ୟ ଚାରିଜଣ ଗ୍ରାମବାସୀ ଜଙ୍ଗଲରେ ଥିବା ଏକ ଗଛ ପଛରେ ଲୁଚି ରହିଥିଲେ । ଆକ୍ରମଣକାରୀମାନେ ମଧ୍ୟ ଜଙ୍ଗଲରେ ପ୍ରବେଶ କରି ମୋ ପତ୍ନୀଙ୍କୁ ଅନ୍ୟମାନଙ୍କ ସହ ଲୁଚିଥିବାର ଦେଖିଲେ । ମୋ ପତ୍ନୀ ଓ ଅନ୍ୟଚାରିଜଣଙ୍କୁ ଟାଣି ନେଇଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲେ : ଏହି ଘଟଣାକୁ ନେଇ ମଣିପୁର ସିଏମ୍ ବିରେନ ସିଂ ଟ୍ୱିଟରରେ କହିଛନ୍ତି ଯେ ଭିଡିଓ ସାମ୍ନାକୁ ଆସିଲା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଗିରଫ ବ୍ୟକ୍ତି ଜଣଙ୍କ ଥୋବାଲ ଜିଲ୍ଲାର ପେଚି ଆୱାଙ୍ଗ ଲେକାଇର ୩୨ ବର୍ଷିୟ ହୁରେମ ହେରୋଦାସ ସିଂ ବୋଲି ଜଣାପଡିଛି । ତେବେ ମେ’୧୮ରେ କାଙ୍ଗପୋକପି ଜିଲ୍ଲାର ସାଇକୁଲ ପୋଲିସ ଷ୍ଟେସନରେ ଶୂନ୍ୟ ଏଫଆଇଆର ପଞ୍ଜୀକୃତ ହୋଇଥିବାରୁ ଏହି ଘଟଣାର ପ୍ରକୃତ ଅର୍ଥ କ’ଣ ତାହା ସ୍ପଷ୍ଟହୋଇନାହିଁ । ଗୁରୁବାର ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ୱିତୀୟ ଗିରଫଦାରୀ ଘୋଷଣା କରି ସିଏମ୍ ପୃଥକ ପୃଥକ ଘଟଣାରେ ୧୦୦୦ରୁ ଅଧିକ ମାମଲା ପଞ୍ଜୀକୃତ ହୋଇଥିବା ପୋଲିସ କାର୍ଯ୍ୟରେ ଦୁଇମାସ ବିଳମ୍ବ ହେବାର କାରଣ ଦର୍ଶାଯାଇଛି ।

 

Leave A Reply

Your email address will not be published.