Masthead

IPL ମହାସମର, ଦିଲ୍ଲୀ-ଚେନ୍ନାଇ ମୁହାଁମୁହିଁ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲରେ ୩ଥର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ଚେନ୍ନାଇ ସୁପରକିଙ୍ଗସ ଶନିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ସିଜିନର ଦ୍ୱିତୀୟ ମ୍ୟାଚ ଦୁଇ ୱିକେଟକିପର ବ୍ୟାଟସମ୍ୟାନଙ୍କ ନେତୃତ୍ବରେ ଉଭୟ ଦଳ ଖେଳିବେ । ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ।

ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ଥଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିବା ବେଳେ ତାଙ୍କ ସାମ୍ନାରେ ରହିବେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଗତ ବର୍ଷ ଏହି ଦୁଇ ଦଳ ଭିନ୍ନ ଭିନ୍ନ ପଥରେ ରହିଥିଲେ । ଶ୍ରେୟସ ଆୟର ଆହତ ହୋଇ ଆଇପିଏଲରୁ ବାଦ୍ ପଡ଼ିଥିବାବେଳେ ପନ୍ଥଙ୍କୁ ଦାୟିତ୍ୱ ମିଳିଛି। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଗତ ୨୦୨୦ରେ ଫାଇନାଲ ଖେଳିଥିବା ଦିଲ୍ଲୀ ଚମ୍ପିଆନ ହେବାରେ ବିଫଳ ହୋଇଥିଲା। ଚଳିତ ଥର ଦଳରେ ଶିଖର ଧାୱନ ଓ ପୃଥ୍ବୀ ସଙ୍କ ଓପନର ରହିଛନ୍ତି।

୩ ଥର ବିଜେତା ଚେନ୍ନାଇ ଗତ ସିଜିନରେ ସପ୍ତମ ସ୍ଥାନକୁ ଭୁଲି ଭଲ ଆରମ୍ଭ ଆଶା କରୁଥିବା ଜଣାପଡିଛି । ଅକ୍ଷର ପଟେଲ ପ୍ରଥମ ମ୍ୟାଚ ନଖେଳିବାବେଳେ ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ବିନ ଓ ଅମିତ୍ ମିଶ୍ରା ଦାୟିତ୍ବ ତୁଲାଇବେ। ଅଭିଜ୍ଞ ଧୋନିଙ୍କ ସାମ୍ନାରେ ଅନଭିଜ୍ଞ ପନ୍ଥଙ୍କ ଭାରି ପଡ଼ିବା ଆଶା କରାଯାଉଥିଲେ ମଧ୍ୟ ଚେନ୍ନଇ ସହଜରେ ମ୍ୟାଚ ଛାଡ଼ିବାକୁ ଦେବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା