Masthead

କୁକୁଡ଼ା ଦିଅ, ଆଡମିସନ ନିଅ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆଡମିସନ ଋତୁ ଚାଲିଛି । ସ୍କୁଲଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଛି ନାମଲେଖା ପ୍ରକ୍ରିୟା । ହେଲେ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ନାମଲେଖାରୁ ବଞ୍ଚିତ ହୋଇଛନ୍ତି ୩ ବାଳିକା । କୁକୁଡ଼ା, ଖାସି କିମ୍ବା ଟଙ୍କା ଲାଞ୍ଚ ନାହିଁ ତ ସ୍କୁଲରେ ଆଡ଼ମିଶନ ନାହିଁ । କେନ୍ଦୁଝର ଆଦିବାସୀ କନ୍ୟାଶ୍ରମର ଏ ହେଉଛି ଅଜବ ନୀତି । ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଆଦିବାସୀ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ରହି ପାଠ ପଢ଼ିବାକୁ ଉଦ୍ଧିଷ୍ଟ କନ୍ୟାଶ୍ରମରେ ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି ।

କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଲ ବ୍ଲକର କାଞ୍ଜିପାଣି ଅଞ୍ଚଳର ସାତ ବର୍ଷର ସନ୍ଧ୍ୟା ଜୁଆଙ୍ଗ, ନଅ ବର୍ଷର ରଶ୍ମିତା ଜୁଆଙ୍ଗ ଓ ଏଗାର ବର୍ଷର ସସ୍ମିତା ଜୁଆଙ୍ଗ ଏହି ତିନି ଜଣ ନିରିହ ଗରିବ ନିଷ୍ପାପ ଶିଶୁଙ୍କର ପାଠପଢ଼ି ଭଲ ମଣିଷ ହେବା ନେଇ ଆଖିରେ ଭରି ରହିଛି ଆଖିଏ ସ୍ୱପ୍ନ । ହେଲେ ସେମାନଙ୍କ ଏହି ସ୍ୱପ୍ନ ଏବେ ମଉଳି ଯିବାକୁ ବସିଛି । । ରାଜ୍ୟ ସରକାର ଗରିବ ନିରୀହ ଆଦିବାସୀଙ୍କ ପାଇଁ କରିଛନ୍ତି ପୂଳାପୂଳା ଯୋଜନା । ହେଲେ କିଛି ଅସାଧୁ ଓ ଲାଞ୍ଚଖୋର୍ ଶିକ୍ଷକ ଓ ଅଧିକାରୀଙ୍କ ପାଇଁ କେନ୍ଦୁଝର ଜିଲ୍ଲାରେ ବାଟବଣା ହୋଇଯାଇଛି ଏସବୁ ଯୋଜନା । କାଞ୍ଜିପାଣି ଅଞ୍ଚଳର ପଦ୍ମିନୀ ଜୁଆଙ୍ଗ ଓ ବୁଦ୍ଧଦେବ ଜୁଆଙ୍ଗଙ୍କର ଅଭିଯୋଗ ଅନୁସାରେ ସେମାନେ ପିଲାମାନଙ୍କୁ ପାଠ ପଢ଼ାଇ ପାଇଁ ଗତ ବର୍ଷଠାରୁ କାଞ୍ଜିପାଣି କନ୍ୟାଶ୍ରମକୁ ତିନୋଟି ଝିଅଙ୍କ ନାମ ଲେଖାଇବାକୁ ଦୌଡ଼ୁଛନ୍ତି । କନ୍ୟାଶ୍ରମ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଗତବର୍ଷ ସ୍କୁଲରୁ ଫେରାଇଦେଇଥିଲେ । ଚଳିତ ବର୍ଷ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ସେମାନେ ପିଲାଙ୍କୁ ଧରି କନ୍ୟାଶ୍ରମକୁ ଯାଇଥିଲେ । ନାମ ଲେଖା ପାଇଁ ସମସ୍ତ ପ୍ରକ୍ରିୟା ଶେଷ କଲେ । କିନ୍ତୁ ସ୍କୁଲରେ ଥିବା କିଛି ଅସାଧୁ ଓ ଲାଞ୍ଚୁଆ ଶିକ୍ଷକ ନାମ ଲେଖା ପ୍ରକ୍ରିୟାରେ ବାଧକ ସୃଷ୍ଟି କରିଥିବା କହିଛନ୍ତି । ପିଲାଙ୍କର ନାମ ଲେଖା ପାଇଁ କୁକୁଡ଼ା କିମ୍ବା ଖାସି ନଚେତ ଟଙ୍କା ନଦେଲେ ନାମ ଲେଖା ହୋଇପାରିବ ନାହିଁ ବୋଲି ରୋକଠୋକ କହିଥିଲେ।

ଅନ୍ୟପଟେ ଜୁଆଙ୍ଗ ଦମ୍ପତି ଦ୍ୱୟ, ୩ ଝିଅଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପିଲାଙ୍କ ପାଠ ପଢ଼ିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପିଲାଙ୍କ ନାମଲେଖା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଏହାସହ ଲାଞ୍ଚ ମାଗୁଥିବା ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ