Masthead

ରସେଲ-ରିଙ୍କୁ ଶୋ’, ୫ୱିକେଟରେ ହାରିଲା ପଞ୍ଜାବ

କୋଲକାତା(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୭ ୱିକେଟ ହରାଇ ୧୭୯ ରନ କରିଥିଲା । ଜବାବରେ ନାଇଟ ରାଇଡର୍ସ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଶେଷ ବଲରେ ଚୌକା ମାରି ରିଙ୍କୁ ସିଂହ ଦଳକୁ ବିଜୟୀ କରାଇଥିଲେ । ନିତୀଶ ରାଣାଙ୍କ ଅର୍ଦ୍ଧଶତକ ଓ ରସେଲ ପାୱରଫୁଲ ପ୍ରଦର୍ଶନରେ ପଞ୍ଜାବ ଷଷ୍ଠ ପରାଜୟ ବରଣ କରିଛି । ମ୍ୟାଚରେ ରସେଲ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲା ।୨୩ ବଲରେ ଅପରାଜିତ ୪୨ ରନ ହାସଲ କରିଥିଲେ ରସେଲ ।

ପଞ୍ଜାବ ପକ୍ଷରୁ ରାହୁଲ ଚହର ୨ଟି ୱିକେଟ ନେଇଥିଲେ । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ଟସ୍ ଜିତିପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଶିଖର ଧାୱନଙ୍କ ୫୭ ରନ୍ ବଳରେ ୨୦ ଓଭରରେ ୭ ଉଇକେଟ ୧୭୯ ରନ୍ କରିଥିଲା। ଜବାବରେ କେକେଆର୍ ୨୦ ଓଭରରେ ୫ ୱିକେଟ ହରାଇ ୧୮୨ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ୧୮୦ ରନ୍ର ପିଛା କରୁଥିବା କେକେଆର୍ ପକ୍ଷରୁ ନୀତୀଶ ରାଣା ସର୍ବାଧିକ ୫୧ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାସନ୍ ରୟ ୩୮ ଓ ଆନ୍ଦ୍ରେ ରସେଲ ୪୨ ରନ୍ କରିଥିଲେ। ୧୦ ବଲରୁ ୨୧ ରନ୍ କରିଥିବା ରିଙ୍କୁ ସିଂ ଶେଷ ବଲରେ ଚୌକା ମାରି ଦଳକୁ ଜିତାଇଥିଲେ। ପଞ୍ଜାବ ପକ୍ଷରୁ ରାହୁଲ ଚହର ୨, ହରପ୍ରୀତ ବ୍ରାର ଓ ନାଥାନ ଏଲିସ୍ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ