Masthead

ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ରୁବେଲାଲଙ୍କ କଳା

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ରୁବେଲାଲଙ୍କ କଳା। ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ରୁବେଲାଲ ପ୍ରଧାନ। ଚଳିତ ବର୍ଷ ବିଶ୍ଵ କର୍କଟ ଦିବସରେ ବାଲୁକା କଳା ଦ୍ଵାରା ସଚେତନତା ବାର୍ତ୍ତା ଦେଇଥିଲେ ରୁବେଲାଲ । କଟକର କାର୍ଶିନୋଭା କ୍ୟାନସର ହସ୍ପିଟାଲ ଠାରେ ୧୩୨ ଫୁଟ ଲମ୍ବ ଓ ୯୨ ଫୁଟ ପ୍ରସ୍ଥ ବିଶିଷ୍ଟ ଏହି ସଚେତନତା ବାଲୁକା କଳା ପ୍ରଦର୍ଶନ କରିଥିଲେ। ତେବେ ଏହି ବାଲୁକା କଳା ଏସିଆ ବୁକ ଅଫ ରେକର୍ଡରେ ସ୍ଥାନଛି। ଏହା ସହ ସ୍ଵତନ୍ତ୍ର ଭାବେ “ଗ୍ରାଣ୍ଡ ମାଷ୍ଟର” ଉପାଧି ମଧ୍ୟ ପ୍ରଦାନ କରାଯାଇଛି।

ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଅବସରରେ କାର୍ଶିନୋଭା କ୍ୟାନସର ହସ୍ପିଟାଲ ଠାରେ ଏକ ସ୍ଵତନ୍ତ୍ର ଉତ୍ସବ ଅୟୋଜିତ ହୋଇ ଶିଳ୍ପୀଙ୍କୁ ରେକର୍ଡର ଟ୍ରଫି, ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ଡଃ କ୍ଷିତିଶ ମିଶ୍ର, ପ୍ରଜ୍ଞା ପାରମିତା ମିଶ୍ର, କ୍ୟାନସର ସଚେତନତା କରୁଥିବା ସଂଗଠନ ଉମ୍ମିଦେର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ରୁବେଲାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ ସବୁଠୁ କ୍ଷୁଦ୍ରତମ ନନ୍ଦିଘୋଷ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡ, ଏସିଆ ବୁକ ଅଫ ରେକର୍ଡ ଓ ଗ୍ଲୋବାଲ ରେକର୍ଡ଼ ରେ ସ୍ଥାନ ପାଇଥିଲେ ରୁବେଲାଲ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା