Masthead

ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ରୁବେଲାଲଙ୍କ କଳା

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ରୁବେଲାଲଙ୍କ କଳା। ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ରୁବେଲାଲ ପ୍ରଧାନ। ଚଳିତ ବର୍ଷ ବିଶ୍ଵ କର୍କଟ ଦିବସରେ ବାଲୁକା କଳା ଦ୍ଵାରା ସଚେତନତା ବାର୍ତ୍ତା ଦେଇଥିଲେ ରୁବେଲାଲ । କଟକର କାର୍ଶିନୋଭା କ୍ୟାନସର ହସ୍ପିଟାଲ ଠାରେ ୧୩୨ ଫୁଟ ଲମ୍ବ ଓ ୯୨ ଫୁଟ ପ୍ରସ୍ଥ ବିଶିଷ୍ଟ ଏହି ସଚେତନତା ବାଲୁକା କଳା ପ୍ରଦର୍ଶନ କରିଥିଲେ। ତେବେ ଏହି ବାଲୁକା କଳା ଏସିଆ ବୁକ ଅଫ ରେକର୍ଡରେ ସ୍ଥାନଛି। ଏହା ସହ ସ୍ଵତନ୍ତ୍ର ଭାବେ “ଗ୍ରାଣ୍ଡ ମାଷ୍ଟର” ଉପାଧି ମଧ୍ୟ ପ୍ରଦାନ କରାଯାଇଛି।

ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଅବସରରେ କାର୍ଶିନୋଭା କ୍ୟାନସର ହସ୍ପିଟାଲ ଠାରେ ଏକ ସ୍ଵତନ୍ତ୍ର ଉତ୍ସବ ଅୟୋଜିତ ହୋଇ ଶିଳ୍ପୀଙ୍କୁ ରେକର୍ଡର ଟ୍ରଫି, ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ଡଃ କ୍ଷିତିଶ ମିଶ୍ର, ପ୍ରଜ୍ଞା ପାରମିତା ମିଶ୍ର, କ୍ୟାନସର ସଚେତନତା କରୁଥିବା ସଂଗଠନ ଉମ୍ମିଦେର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ରୁବେଲାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ ସବୁଠୁ କ୍ଷୁଦ୍ରତମ ନନ୍ଦିଘୋଷ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡ, ଏସିଆ ବୁକ ଅଫ ରେକର୍ଡ ଓ ଗ୍ଲୋବାଲ ରେକର୍ଡ଼ ରେ ସ୍ଥାନ ପାଇଥିଲେ ରୁବେଲାଲ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’ 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’