Masthead

ଖୁବଶ୍ରୀଘ୍ର ଆସିବ ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଗଶେଶ ପୂଜାରେ ବଜାରକୁ ଆସିବ ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ । ଏନେଇ ଘୋଷଣା କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଆମ୍ବାନୀ । ୪୪ ତମ ଏଜିଏମରେ ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ ଲଞ୍ଚ କରାଯିବ ବୋଲି ଘୋଷଣା କରାଯାଇଛି । । ଏହି ଅବସରରେ ଅମ୍ବାନୀ କହିଛନ୍ତି, ଏବେ ସୁଦ୍ଧା ଦେଶରେ ୩୦ କୋଟି ଲୋକ ସ୍ମାର୍ଟଫୋନ୍‌ ସୁବିଧା ପାଇପାରିଲେ ନାହିଁ। ସେମାନଙ୍କ ପାଖରେ ବେସିକ୍‌ ଫୋନ୍‌ ରହିଛି। ଏଭଳି ଲୋକମାନଙ୍କ ପାଖରେ ସ୍ମାର୍ଟଫୋନ୍‌ ପହଞ୍ଚାଇବା ପାଇଁ କମ୍ପାନୀ ‘ଜିଓଫୋନ୍‌ ନେକ୍ସଟ୍‌’ ଆଣିବାକୁ ନିଷ୍ପିତ୍ତି ନେଇଛି ।

ଜିଓଫୋନ୍‌ ନେକ୍ସଟ୍‌ ଚଳିତବର୍ଷ ୧୦ ସେପ୍ଟମ୍ବର ଆର୍ଥାତ ଗଶେଶ ପୂଜାରେ ବଜାରରେ ଉପଲବ୍ଧ ହେବ। ଏହି ଫୋନ୍‌କୁ ରିଲାଏନ୍ସ ଗୁଗଲ୍‌ ସହ ମିଶି ପ୍ରସ୍ତୁତ କରିଛି। ଏହା ଏଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମରେ ଚାଲିବ । ସ୍ମାର୍ଟଫୋନ୍‌ରେ ଭଲ କ୍ବାଲିଟିର କ୍ୟାମେରା ଏବଂ ଏଣ୍ଡ୍ରଏଡ୍‌ ଅପଡେଟ୍‌ର ସୁବିଧା ମିଳିବ। ଜିଓଫୋନ୍‌ ନେକ୍ସଟ୍‌ କେବଳ ଭାରତର ନୁହେଁ ବରଂ ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ ବୋଲି ମୁକେଶ ଅମ୍ବାନୀ କହିଛନ୍ତି। ଗତବର୍ଷ ରିଲାଏନ୍ସ ଗୁଗଲ ସହ ବୁଝାମଣା କରିଥିଲା। ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ କହିଥିଲେ, ‘ଆମର ଆଗାମୀ ଯାତ୍ରା ଗୁଗଲ ଏବଂ ଜିଓ ସହ ମିଶି ଏକ ଶସ୍ତା, ସୁନ୍ଦର ଏବଂ ମଜଭୁତ ସ୍ମାର୍ଟଫୋନ୍‌ ସହ ଆରମ୍ଭ ହେବ। ଏହା ଭାରତ ପାଇଁ ପ୍ରସ୍ତୁତ ହେଉଛି ।

ରିଲାଏନ୍ସର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ କହିଛନ୍ତି, ‘୫ଜି ଇକୋସିଷ୍ଟମ ବିକଶିତ କରିବା ଏବଂ ୫ଜି ଉପକରଣର ଏକ ଶୃଙ୍ଖଳ ବିକଶିତ କରିବା ପାଇଁ ବୈଶ୍ବିକ ସ୍ତରରେ କାମ କରୁଛୁ। ଭାରତକୁ ୨ଜି ମୁକ୍ତ କରିବା ପାଇଁ କେବଳ ଜିଓ କାର୍ଯ୍ୟ କରୁଛି ତାହା ନୁହେଁ ବରଂ ୫ଜି ଯୁକ୍ତ କରୁଛି।’ ଏହା ସହ ଜିଓ ନେଟଓ୍ବାର୍କରେ ଡାଟା ବ୍ୟବାହର ମାମଲାରେ ରିଲାଏନ୍ସ ଜିଓ ବିଶ୍ବର ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ପ୍ରତିମାସ ଜିଓ ନେଟଓ୍ବାର୍କରେ ୬୩୦ କୋଟି ଜିବି ଡାଟା ବ୍ୟବହାର ହେଉଥିବା ଅମ୍ବାନୀ କହିଛନ୍ତି।

ତେବେ ଜିଓଫୋନ-ନେକ୍ସଟ୍‌ ସ୍ମାର୍ଟଫୋନର ଦାମ୍‌ ସମ୍ପର୍କରେ କିଛି ସୂଚନା ମିଳିନାହିଁ। କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହାର ଦାମ ଖୁବ କମ୍‌ ରହିବ। ୨ଜି ନେଟଓ୍ବାର୍କ ଉପରେ ଭରାସା କରି ଚଳୁଥିବା ପ୍ରାୟ ୩୦ କୋଟି ଲୋକଙ୍କୁ ଜିଓଫୋନ୍‌ ନେକ୍ସଟ୍‌ ଇଣ୍ଟରନେଟ୍‌ ବ୍ୟବହାର କରିବାରେ ଏକ ନୂଆ ସୁଯୋଗ ଦେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି