Before Header

ନନ୍ଦନକାନନରୁ ଜାଲ ଛିଣ୍ଡାଇ ପଳାଇଲା ବାଘ

0 66

 ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ନନ୍ଦନ କାନନରେ ବାଘ ଆତଙ୍କ । ଖାଇବାକୁ ଦେବା ବେଳେ ନନ୍ଦନ କାନନ ସଫାରିରୁ ଜାଲି ଛିଣ୍ଡାଇ ପଳାଇଥିଲା ବାଘ ସୁରଜ । ଏହା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା । ଖବର ପ୍ରଚାର ପରେ ବାଘକୁ ଖୋଜିବା ପାଇଁ ତନାଘନା ଲାଗିଲା । ହେଲେ ଅନେକ ଖୋଜିବା ପରେ ବାଘ ମିଳି ନଥିଲା ।

ଏହା ପରେ ସମସ୍ତ ପର୍ଯ୍ୟଟକଙ୍କୁ ନନ୍ଦନକାନନରୁ ବାହାର କରାଯାଇଥିଲା । କିଛି ସମୟ ଖୋଜିବା ପରେ ସଫାରି ଭିତରେ ସନ୍ଧାନ ମିଳିଥିଲା। ଏବେ ବାଘ ସୁରଜ ସଫାରି ଭିତରେ ବୁଲାବୁଲି କରୁଥିବାର ସୂଚନା ମିଳିଛି । ଏହା ପରେ ଏବେ ନନ୍ଦନକାନନ ର ପରିସ୍ଥ୍ିତି ସ୍ୱାଭାବିକ ରହିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.