Masthead

୮ ୱିକେଟରେ ଜିତିଲା ବାଙ୍ଗାଲୋର

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ):  ଆଇପିଏଲର ୬୫ ତମ ମ୍ୟାଚରେ ବିରାଟ କୋହଲିଙ୍କ ଷଷ୍ଠ ଶତକ ବଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୫ୱିକେଟ ହରାଇ ୧୮୬ ରନ୍ କରିଥିଲା । ହେଲେ ଦ୍ୱିତୀୟ ପାଳିରେ ବିରାଟ କୋହଲିଙ୍କ ଶତକ ଓ ଫାଫ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ୧୯.୧ ଓଭରରେ ୨ ୱିକେଟ ହରାଇ ୮ ୱିକେଟରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଅନ୍ୟପଟେ ହାଇଦ୍ରାବାଦର ଦୁଇ ଓପନର ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀ ୨୭ ରନ୍ ଯୋଡିଥିଲେ ହେଁ ମାତ୍ର ୩ ବଲ ବ୍ୟବଧାନରେ ଉଭୟ ମାଇକେଲ ବ୍ରେସ୍ୱେଲଙ୍କ ଶିକାର ହୋଇଥିଲେ । ଆରସିବି ପକ୍ଷରୁ ମହମ୍ମଦ ସିରାଜ ଓ ମିଚେଲ ବ୍ରେସୱେଲଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସିରାଜ ୪ ଓଭରରେ କେବଳ ୧୭ ରନ ବ୍ୟୟରେ ଗୋଟିଏ ୱିକେଟ ହାତେଇଥିବା ବେଳେ ୨ ଓଭରରୁ ୧୩ ରନ କରି ୨ଟି ୱିକେଟ ନେଇଥିଲେ ବ୍ରେସୱେଲ । ଅନ୍ୟମାନଙ୍କ ମଧ୍ୟରେ ଶାହବାଜ ଅହମ୍ମଦ ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ଏହାପରେ ୧୮୭ ରନର ବଡ଼ ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିବା ଆରସିବିର ଅଧିନାୟକ ଫାଫ ଡୁପ୍ଲେସିସ ଓ ବିରାଟ କୋହଲି ଆରମ୍ଭରୁ ହିଁ ହାଇଦ୍ରାବାଦ ବ୍ୟାଟରଙ୍କୁ ଆକ୍ରମଣ କରିଥିଲେ । ଧୂଆଁଧାର ପ୍ରଦର୍ଶନ କରି ବିରାଟ କୋହଲି ୬୩ ବଲରୁ ନିଜ ଆଇପିଏଲ କ୍ୟାରିୟରର ଷଷ୍ଠ ଶତକ ହାସଲ କରି ପାଭିଲିୟନ ଫେରିଥିଲେ । ଏଥିରେ ୪ ଛକା ଓ ୧୨ ଚୌକା ସାମିଲ ଥିଲା । ଅନ୍ୟପଟେ ୪୭ ବଲରୁ ୭ ଚୌକା ଓ ୨ ଛକା ବଳରେ ୭୧ ରନ କରି ମ୍ୟାଚକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ ଅଧିନାୟକ ଡୁପ୍ଲେସିସ । ଏହାପରେ ମାକ୍ସୱେଲ  ଓ ବ୍ରେସୱେଲ ଦଳକୁ ବିଜୟୀ କରାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ