ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ମୁହାଁମୁହିଁ ହୋଇଛନ୍ତି ଇରାନ୍-ଆମେରିକା । ଘନ ଘନ ମିସାଇଲ ମାଡ଼ ସହ ଡ୍ରୋନ୍ ହମଲା । ଆମେରିକାର ଆକ୍ରମଣ ପରେ ଇରାନର ପ୍ରତିଶୋଧ ପରେ ଜଳୁଛି ଡୋର୍ଡାନରୁ ବାହାରିନ । ହର୍ମୁଜ୍ ପ୍ରଣାଳୀ ନିକଟରେ ବଡ଼ଧରଣର ସାମରିକ ଆକ୍ରମଣ। ଦକ୍ଷିଣ ଇରାନର ଅନେକ ସ୍ଥାନରେ ଆକ୍ରମଣ କରିଛି ଆମେରିକା । ସୂଚନା ଅନୁସାରେ,ବନ୍ଦର ଆବାସ, କେଶମ୍ ଦ୍ୱୀପ, ଜାସ୍କ ଓ ସିରିକ୍ ଅଞ୍ଚଳେ ଆମେରିକା ଆଟାକ୍ କରିଛି ।
ଜବାବରେ ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଧ୍ୟମରେ ଜୋର୍ଡାନ୍, କୁୱେତ୍ ଓ ବାହାରିନ୍ ରେ ଥିବା ଆମେରିକୀୟ ସାମରିକ ଠିକଣାଗୁଡ଼ିକୁ ଟାର୍ଗେଟ୍ କରିଛି। ଇରାନକୁ କଡ଼ା ଚେତାବନୀ ଶୁଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ସୂଚନା ଅନୁସାରେ, ଇରାନ ହର୍ମୁଜ୍ ପ୍ରଣାଳୀରେ ମାଇନ୍ ବିଛାଇବାକୁ ବିଫଳ ପ୍ରୟାସ କରୁଛି। ଜୋର୍ଡାନରେ ଆମେରିକା ସାମରିକ ଘାଟି ଉପରେ ୮ଟି କ୍ଷେପଣାସ୍ତ୍ର ମଧ୍ୟ ମାଡ଼ କରିଛି। ପ୍ରତିଶୋଧରେ ଆମେରିକା ବଡ଼ ଆକ୍ରମଣ କରିଛି। ଇରାନକୁ ଆହୁରି ଅଧିକ କଠୋର ଆକ୍ରମଣର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ।
ଆଇଆରଜିସି ତାର ବିବୃତ୍ତିରେ କହିଛି ଯେ, ଆକ୍ରମଣକାରୀଙ୍କୁ ଜବବା ଦିଆଯାଇଛି । ସଂଗଠନ ଦାବି କରିଛି ଯେ, ଏହି ଆକ୍ରମଣ ବହୁ ସଂଖ୍ୟକ ଆମେରିକୀୟ ସୈନିକ ନିହତ ହୋଇଛନ୍ତି । ଯଦିଓ ଆମେରିକା ପକ୍ଷରୁ କୌଣସି ନିଶ୍ଚିତ ହୋଇନାହିଁ ।
ଅପରକ୍ଷେ, ଜଣେ ଆମେରିକୀୟ ଅଧିକାରୀ ଏହି ଦାବିକୁ ମିଥ୍ୟା ବୋଲି କହିଛନ୍ତି । ସେ ସେଣ୍ଟ୍ରାଲ୍ କମାଣ୍ଡ ଅର୍ଥାତ ସେଣ୍ଟକମ୍ ବିବୃତ୍ତିରେ କୌଣସି ଆମେରିକୀୟ ସୈନିକ ମୃତାହତ ହୋଇଥିବା ନେଇ ଉଲ୍ଲେଖ୍ୟ କରିନାହିଁ । ଇରାନ ଗଣମାଧ୍ୟମ ଏହା ମଧ୍ୟ କହିଛି ଯେ, ବାହାରିନ୍ ଏୟାରବେସ୍ ଉପରେ ହୋଇଥିବା ଆକ୍ରମଣ ରାଡାର୍ ସିଷ୍ଟମ ଏବଂ ଆମେରିକାର ସୈନ୍ୟମାନେ ଉପସ୍ଥିତ ଥିବା ସ୍ଥାନକୁ ଟାର୍ଗେଟ୍ କରିଛି । ଡୋର୍ଡାନର ମାଫର ସହରରେ ସାଇରନ୍ ଶଦ୍ଦ ମିଳିଥିଲା । ଆକାଶେର ରକେଟ୍ ଅଟକି ରହିଥିବା ଖବର ଆସିଥିଲା ।
