Masthead

ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଜୋରଦାର୍ ହେବା ସହିତ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଇରାନୀ ଡ୍ରୋନ୍‌ଗୁଡ଼ିକ ଓମାନର ସଲାଲାହ ବନ୍ଦରରେ ତୈଳ ସଂରକ୍ଷଣ ଟ୍ୟାଙ୍କ୍‌ଗୁଡ଼ିକୁ ଟାର୍ଗେଟ କରିଥିବା ଜଣାପଡ଼ିଛି । ଯାହା ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଆକ୍ରମଣ ସମ୍ପର୍କରେ ପ୍ରଥମେ ଓମାନ ଟିଭି ଦ୍ୱାରା ରିପୋର୍ଟ କରାଯାଇଛି । ବ୍ରିଟିଶ ସାମୁଦ୍ରିକ ସୁରକ୍ଷା ଫାର୍ମ ଆମ୍ବ୍ରେ ମଧ୍ୟ ପ୍ରମୁଖ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିଶ୍ଚିତ କରିଛି ।

ଅନଲାଇନ୍‌ରେ ପ୍ରସାରିତ ଏକ ଭିଡିଓରେ ଇରାନୀ ଡ୍ରୋନ୍‌ଗୁଡ଼ିକ ଶକ୍ତି ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବାର ଦେଖାଯାଉଛି। ଦୃଶ୍ୟଗୁଡ଼ିକ ସୂଚାଇ ଦେଉଛି, ଇରାନ ବାରମ୍ବାର ଉପସାଗରୀୟ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଶକ୍ତି କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରୁଛି । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି, ଏହି ଆକ୍ରମଣରେ କୌଣସି ବାଣିଜ୍ୟ ଜାହାଜ କ୍ଷତିଗ୍ରସ୍ତ ହୋଇନାହିଁ। ଆକ୍ରମଣର କିଛି ସମୟ ପରେ ତୈଳ ସଂରକ୍ଷଣ ଟ୍ୟାଙ୍କରୁ ନିଆଁ ଏବଂ ଘନ ଧୂଆଁ ଉଠିବା ଦେଖାଯାଇଛି ।

ଆକ୍ରମଣ ପରେ, ଓମାନର ସୁଲତାନ ହାଇଥାମ ବିନ୍ ତାରିକ ଅଲ୍ ସଇଦ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଯୋଗାଯୋଗ କରି ଓମାନ ଅଞ୍ଚଳ ମଧ୍ୟରେ ହେଉଥିବା ଆକ୍ରମଣ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି । ସୁଲତାନ ଚଳିତ ସଂଘର୍ଷରେ ଓମାନର ନିରପେକ୍ଷ ମନୋଭାବକୁ ଦୋହରାଇଥିଲେ ଏବଂ ଜୋର ଦେଇଥିଲେ ଯେ ଦେଶ ନିଜର ସୁରକ୍ଷା ତଥା ସ୍ଥିରତାକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବ। ଟାଇମ୍ସ ଅଫ୍ ଇସ୍ରାଏଲ୍ ଅନୁଯାୟୀ, ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କୁ ସୁଲତାନ ଅଭିନନ୍ଦନ ଜଣାଇବା ପରେ ଏହି ଆକ୍ରମଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ