Masthead

ବଢ଼ୁଛି ତୈଳ ଦର, ସରକାର କହୁଛନ୍ତି ଜିଏସଟି ଅନ୍ତର୍ଭୁକ୍ତ କରିବାର ସମୟ ହୋଇନି

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଦେଶରେ ବର୍ଦ୍ଧିତ ତୈଳ ଦରକୁ ନେଇ ଚିନ୍ତାରେ ଖାଉଟି । ଅନ୍ୟ ଜରୁରୀ ସାମଗ୍ରୀ ଗୁଡ଼ିକର ମୂଲ୍ୟ ବି ହୁ ହୁ ହୋଇ ବଢ଼ୁଛି । କିନ୍ତୁ ପେଟ୍ରୋଲ ଓ ଡିଜେଲ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ଦାମ ବୃଦ୍ଧିକୁ ନେଇ ସବୁଆଡ଼େ ଅସନ୍ତୋଷ ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ବିଭିନ୍ନ ମହଲରୁ ଦୀର୍ଘ ଦିନ ଧରି ଦାବି ମଧ୍ୟ ହେଉଛି । କେବଳ ସେତିକି ନୁହେଁ ଜୁନ୍ ମାସରେ କେରଳ ହାଇକୋର୍ଟ ଏକ ଶୁଣାଣି କରି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ପରିଷଦକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ଗୁରୁବାର ଜିଏସଟି କାଉନସିଲର ୪୫ତମ ବୈଠକ ଲକ୍ଷ୍ନୌରେ ବସିଥିବାରୁ ଅନେକ ଆଶା ବାନ୍ଧିଥିଲେ ଯେ, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରାଯିବ । କିନ୍ତୁ ଏପରି କିଛି ବି ହୋଇନି । ବୈଠକରେ ଏହି ପ୍ରସଙ୍ଗ ସ୍ଥାନୀତ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆଲୋଚନା ମଧ୍ୟ ହୋଇଥିଲା । କିନ୍ତୁ ଏହାର କୌଣସି ନିଷ୍କର୍ଷ ବାହାରିପାରିନି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପରିଷଦରେ ଏହି ପ୍ରସଙ୍ଗ ଆଲୋଚନା ହୋଇଥିଲା । ମାତ୍ର ସଦସ୍ୟ ମାନେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଇଚ୍ଛା ପ୍ରକଟ କରିନାହାନ୍ତି । ପେଟ୍ରୋଲ ଓ ଡିଜେଲ ଜିଏସଟି ଅନ୍ତର୍ଭୁକ୍ତ ନହୋଇଥିବାରୁ ଦରଦାମକୁ ନେଇ କୌଣସି ଆଶ୍ୱସ୍ତି ମିଳିପାରିବନାହିଁ ବୋଲି ଜଣାପଡ଼ିଛି । ଏହାଛଡ଼ା ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ, ପେଟ୍ରୋଲିୟମ ସାମଗ୍ରୀକୁ ଜିଏସଟି ପରିସରଭୁକ୍ତ କରାଇବା ଲାଗି ବର୍ତ୍ତମାନ ଠିକ ସମୟ ନୁହେଁ ବୋଲି ପରିଷଦ ଉପଲବ୍ଧ କରିଥିବା କୋର୍ଟଙ୍କୁ ଜଣାଇଦିଆଯିବ ।

ତେବେ ଏହି ବୈଠକରେ କୋଭିଡ-୧୯ ମେଡିସିନ ଉପରେ ରିହାତି ଅବଧିକୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଔଷଧରୁ ଟିକସ ମଧ୍ୟ ଛାଡ଼ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ