Masthead

ସୂର୍ଯ୍ୟକୁ ଯିବ ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସଫଳ ହୋଇଛି ମୁନ୍ ମିଶନ । ଆଜି ଆରମ୍ଭ ହେବ ସନ୍ ମିଶନ । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ଶନିବାର ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଦିନ ୧୧ଟା ୫୦ରେ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିବ ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଯିବ ପିଏସଏଲଭି-ସି ୫୭ ରକେଟ୍ । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ ।

ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରରେ ସ୍ଥାପନ କରିବ । ଯାହା ଇସ୍ରୋ ପାଇଁ ଏକ ଜଟିଳ କାର୍ଯ୍ୟ । କାରଣ ହାଲୋ ଅରବିଟରରେ ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି ଆରମ୍ଭ ହେଉଛି । ଏଠାରେ କୌଣସି ଛୋଟ ବସ୍ତୁକୁ ଦୀର୍ଘ ସମୟ ରଖାଯାଇପାରିବ । ତେବେ ସୌର ଯାନର ଗତିକୁ ନିୟନ୍ତ୍ରଣ କରାନଗଲେ ତାହା ସିଧା ସୂର୍ଯ୍ୟ ଅଭିମୁଖେ ଚାଲିଯିବାର ଆଶଙ୍କା ରହିଛି ।

ହାଲୋ ଅରବିଟରରେ ସୂର୍ଯ୍ୟ ଯାନକୁ ସ୍ଥାପନ କରି ଭାରତ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବ । ଆଦିତ୍ୟ ଏଲ-୧ରେ ମୋଟ ୭ଟି ପେଲେଡ ରହିଛି । ଏହି ସୌରଯାନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି । ସେପଟେ ମୁନ୍ ମିଶନକୁ ନେଇ ଇସ୍ରୋ ବୈଜ୍ଞାନିକଙ୍କ ଏକ ଟିମ୍ ଆଦିତ୍ୟ ଏଲ-୧ ମିଶନର ମିନି ମଡେଲ ସହିତ ତିରୁମାଲା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ