Masthead

ପାକିସ୍ତାନରେ ଇରାନ୍‌ର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲଂଘନ । ଲଗାତାର ୧୧ ଦିନ ହେଲାଣି ଏଲଓସିରେ ଅସ୍ତ୍ରବିରତି ଉଲଂଘନ । ଗତକାଲି ରାତିରେ କୁପୱାଡା, ଉରି ଓ ପୁଞ୍ଚରେ ଗୁଳିବର୍ଷା । ନୌସେରା, ରଜୌରୀ, ମେନ୍ଧର ଓ ବାରାମୁଲ୍ଲାରେ ମଧ୍ୟ ଗୁଳିବର୍ଷା । ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଲା ଭାରତୀୟ ସେନା । ଗୋଟେ ପଟେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠୁ ମୋଦୀ ସରକାର ଘନ ଘନ ବୈଠକ କରୁଛନ୍ତି । ପାକିସ୍ତାନ ବିରୋଧରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।

ତଥାପି ସୁଧୁରୁନି ପାକିସ୍ତାନ । ପ୍ରତିଦିନ ରାତିରେ ଏଲଓସିରେ ଗୁଳିବର୍ଷା କରୁଛି ।ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏହାରି ଭିତରେ ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ବ୍ଲାକଆଉଟ୍ ରିହର୍ସାଲ କରାଯାଇଛି । ଅର୍ଥାତ୍ ପୂରା ଅଞ୍ଚଳକୁ ୩୦ ମିନିଟ୍‌ ପାଇଁ ଅନ୍ଧକାର କରିଦିଆଯାଇଥିଲା । ଫିରୋଜପୁର କ୍ୟାଣ୍ଟନମେଣ୍ଟ ବୋର୍ଡ ପକ୍ଷରୁ ରାତି ୯ରୁ ସାଢ଼େ ୯ଟା ପର୍ୟ୍ୟନ୍ତ ବ୍ଲାକଆଉଟ୍ ରିହର୍ସାଲ କରାଯାଇଥିଲା । ଏହି ମକଡ୍ରିଲ୍ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ରହିଥିଲା ପୂରା ଅଞ୍ଚଳ ।

ସେହିପରି ପଞ୍ଜାବ ଷ୍ଟେଟ୍ ପାୱାର କର୍ପୋରେସନ୍ ଲିମିଟେଡକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟୁତ୍ ଯୋଗାଣ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଲୋକଙ୍କୁ ଘରେ ଥିବା ବିଦ୍ୟୁତ ଜେନେରେଟର ଓ ଇନଭର୍ଟର ମଧ୍ୟ ବନ୍ଦ ରଖିବାକୁ କୁହାଯାଇଥିଲା ।ଅନ୍ୟପଟେ ପାକିସ୍ତାନରେ ଇରାନ୍‌ର ବୈଦେଶିକ ମନ୍ତ୍ରୀ । ପାକିସ୍ତାନରେ ଇରାନ୍‌ର ବୈଦେଶିକ ମନ୍ତ୍ରୀ ଆବାସ୍ ଅଘାରଚି ପହଞ୍ଚିଛନ୍ତି । ଭାରତ-ପାକିସ୍ତାନ ଉତ୍ତେଜନା ବାବଦରେ ଆଲୋଚନା ଚର୍ଚ୍ଚା କରାଯାଉଛି । ପାକିସ୍ତାନ ଗସ୍ତ ପରେ ମେ’ ୭-୮ରେ ଭାରତ ଆସିବେ । ଉଭୟ ଦେଶର ଏୟାରସ୍ପେସ ବନ୍ଦ ଥିବାରୁ ଇରାନ ଫେରିଯିବେ । ଇରାନ ଫେରିବା ପରେ ଭାରତ ଆସିବେ ଆବାସ୍ ଅଘାରଚି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ