Masthead

ସରଳତାରେ ମନ ଜିଣିଲେ ପ୍ରେସିଡେଣ୍ଟ

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): ଶନିବାର ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ୱିତୀୟ ତଥା ଶେଷ ଦିନ । ସକାଳୁ ସକାଳୁ ରାଷ୍ଟ୍ରପତିଙ୍କ କାଫିଲା ପହଂଚିଥିଲା ଏକାମ୍ର୍ କ୍ଷେତ୍ର ତଥା ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଂଗରାଜଙ୍କ ମନ୍ଦିର ସମ୍ମୁଖରେ । ତେବେ ପ୍ରଭୁଙ୍କ ଦର୍ଶନ ପୂର୍ବରୁ ଦ୍ରୌପଦୀ ଯାଇଥିଲେ ବିନ୍ଦୁ ସାଗର ନିକଟକୁ । ଜୋତା ଖୋଲି ଖାଲି ପାଦରେ । ରାଷ୍ଟ୍ରପତିଙ୍କୁ ଦେଖି ତାଙ୍କ ସୁରକ୍ଷାକର୍ମୀମାନେ ମଧ୍ୟ ଖାଲି ପାଦରେ ଯାଇଥିଲେ ବିନ୍ଦୁ ସାଗର । ସେଠାରୁ ଫେରି ମନ୍ଦିରକୁ ଆସିଥିଲେ ମହାମହିମ । ମହାଦେବଙ୍କୁ ଦର୍ଶନ କରି କରିଥିଲେ ଜଳାଭିଷେକ ।

ସେବାୟତମାନେ ପ୍ରଭୁଙ୍କ କୋଠଭୋଗ, ମୁଆଁ ଓ କୋରା ଖଇ ପ୍ରଦାନ ଦେଇଥିଲେ । ଦର୍ଶନ ପରେ ନିଜର ଅନୁଭୂତିକୁ ଭିଜିଟିଂ ନୋଟରେ ଉଲ୍ଲେଖ କରିଥିଲେ ରାଷ୍ଟ୍ରପତି । ସେ ଲେଖିଥିଲେ, ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରର ଶାନ୍ତ ଓ ସ୍ନିଗ୍ଧ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରି ମୁଁ ଦିବ୍ୟ ଆନନ୍ଦ ଲାଭ କରିଛି । ଦେଶବାସୀଙ୍କ ସୁଖ, ସମୃଦ୍ଧି ତଥା ବିଶ୍ୱ କଲ୍ୟାଣ ପାଇଁ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।

ତେବେ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମ ସମୟରେ ନିଜର ସରଳତାରେ ସମସ୍ତଙ୍କ ମନମୋହିଥିଲେ । ରାଷ୍ଟ୍ରପତିଙ୍କୁ ଦେଖିବାକୁ ଆସିଥିବା କୁନି କୁନି ପିଲାଙ୍କଠାରୁ ଗୋଲାପ ଫୁଲ ନେଇଥିଲେ ଓ ସେମାନଙ୍କୁ ଚକୋଲେଟ ଉପହାର ଦେଇଥିଲେ ।ଭୁବନେଶ୍ୱର କାର୍ଯ୍ୟକ୍ରମ ପରେ କଟକରେ ରାଇସ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି । ଏହାପରେ ସେ ଦିଲ୍ଲୀ ଅଭିମୁଖେ ଫେରିଯାଇଥିଲେ । ଏୟାରପୋର୍ଟରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ସମେତ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱମାନେ ବିଦାୟ ଜଣାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା