Masthead

ବିଜେପି ଘୋଷଣା କଲା ପ୍ରଭାରୀ ତାଲିକା, ଜାଣନ୍ତୁ ଓଡ଼ିଶାର ଦାୟିତ୍ୱ କାହା ହାତରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେପି କେନ୍ଦ୍ରୀୟ ଟିମ୍ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀଙ୍କ ନାମ ତାଲିକା ଆଜି ଘୋଷଣା କରିଛି । ୩୬ଟି ସାଙ୍ଗଠନିକ ପ୍ରଦେଶ ପାଇଁ ଏହି ତାଲିକା ପ୍ରକାଶ କରାଯାଇଛି । ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଦିଆଯାଇଛି ମଣିପୁର ଦାୟିତ୍ୱ । ଦିଲ୍ଲୀ ଓ ଆସାମ ଦାୟିତ୍ୱରେ ଅଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱରେ ରାଧାମୋହନ ସିଂ ଥିବାବେଳେ ରାଜସ୍ଥାନ ଓ କର୍ଣ୍ଣାଟକ ପାଇଁ ଅରୁଣ ସିଂଙ୍କୁ ଦାୟିତ୍ୱ ମିଳିଛି । ତାମିଲନାଡ଼ୁ ଦାୟିତ୍ୱ ସିଟି ରବିଙ୍କ ଉପରେ ନ୍ୟସ୍ତ ଥିବାବେଳେ କେରଳ ସାଙ୍ଗଠନିକ ଦାୟିତ୍ୱ ବୁଝିବେ ସିପି ରାଧାକୃଷ୍ଣନ । କୈଳାସ ବିଜୟବର୍ଗୀୟଙ୍କୁ ମିଳିଛି ପଶ୍ଚିମବଙ୍ଗ ପ୍ରଭାରୀ ଦାୟିତ୍ୱ । ଓଡ଼ିଶାର ସହହପ୍ରଭାରୀ ଦାୟିତ୍ୱରେ ଅଛନ୍ତି ବିଜୟପାଲ ସିଂ ତୋମର ।

ଓଡ଼ିଶାରେ ବିଜେପିର ସଂଗଠନ ସେତେ ସୁଦୃଢ଼ ନାହିଁ । ଆଞ୍ଚଳିକ ଦଳ ବିଜେଡି ଦୀର୍ଘ ୨୦ ବର୍ଷ ଧରି ରାଜ୍ୟରେ ଶାସନ କରୁଛି । ବିଜେଡିକୁ ମାତ୍ ଦେବା ପାଇଁ ବିଜେପି କେନ୍ଦ୍ରୀୟ ସଂଗଠନ ବିଶେଷ ଗୁରୁତ୍ୱ ଦେଉଛି । ଡି ପୁରନ୍ଦେଶ୍ୱରୀଙ୍କୁ କେନ୍ଦ୍ରୀୟ ସଂଗଠନ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ