Masthead

ଶାସନ କ୍ଷମତା ଯିବା ପରେ ଅସହିଷ୍ଣୁ ହୋଇଯାଇଛି ବିଜେଡି: ଇରାଶିଷ ଆଚାର୍ଯ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶାସନ କ୍ଷମତା ଯିବା ପରେ ବିଜେଡ଼ି ଅସହିଷ୍ଣୁ ହୋଇଯାଇଛି ବୋଲି କହିଲେ ବିଜେପି ବଧାୟକ ଇରାଶିଷ ଆଚାର୍ଯ୍ୟ । ସେମାନେ ଜାଣି ପାରୁନାହାନ୍ତି, କ’ଣ କରୁଛନ୍ତି । ବିଧାନସଭା ନିୟମାବଳୀରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ଯେତେବେଳେ ଅଭିଭାଷଣ ଦେଉଥିବେ, ସେ ସମୟରେ କୌଣସି ନେତା କହିବାର ଅଧିକାର ନାହିଁ । ଏହାସହ ସ୍ପଷ୍ଟ ଉଲ୍ଲେଖ ଅଛି, ଯଦି କୌଣସି ନେତା ସେ ସମୟରେ କହିବେ, କିମ୍ବା ଗୃହରେ ବିଶୃଙ୍ଖଳା କରିବେ, ତେବେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ବିଜେଡି ଲେଖିକି ଦେଇଛନ୍ତି, ଯେ ବିରୋଧୀ ଦଳ ନେତାଙ୍କ ମାଇକ ବନ୍ଦ କରିଦିଆଗଲା । ଏଥିରୁ ସେମାନେ ସ୍ବୀକାର କରୁଛନ୍ତି, ଯେ ବିରୋଧୀ ଦଳ ନେତା ବିଶୃଙ୍ଖଳା କରୁଥିଲେ । ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଆତ୍ମ ଚିନ୍ତନ କରିବାର ସମୟ ଆସିଛି, ସେମାନେ ଭାବନ୍ତୁ, ସେମାନେ ଯାହା କରିଛନ୍ତି ଠିକ୍ କରିଛନ୍ତି କି ? ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ପଏଣ୍ଟ ଅଫ ଅର୍ଡର ଆଣିବାର ନିୟମ ଅଛି କି ? ପୂର୍ବ ସରକାର ସମୟରେ ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ହଇରାଣ କରାଯାଇଥିଲା । ବିଧାନସଭା ଭିତରେ ଜୟ ନାରାୟଣ ମିଶ୍ରଙ୍କୁ ଅଣସାମ୍ବିଧାନିକ ଶବ୍ଦ କୁହାଯାଇଥିଲା, ତାଙ୍କୁ ପାଗଳ ବୋଲି କୁହାଯାଇଥିଲା । ସେ କଥା ଆଦୌ ଠିକ୍ ନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ