Masthead

‘ରାମ, ଶ୍ୟାମ ଏବଂ ବାମଙ୍କ ପାଇଁ ହିଂସା ହୋଇଛି’: ମମତା ବାନାର୍ଜୀ

କଲିକତା(ବଡ଼ ଖବର ବ୍ୟୁର) ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ଭୋଟ୍ ଗଣନା । ମମତାଙ୍କ ତ୍ରୁଣମୂଳ କଂଗ୍ରେସ ବିଜେପିକୁ ପଛରେ ପକାଇ ବହୁ ଆଗକୁ ଚାଲିଯାଇଛି । ଫଳାଫଳ ପୂର୍ବରୁ ଘଟିଥିବା ହିଂସା ପାଇଁ ଏହି ନିର୍ବାଚନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିର୍ବାଚନ ଫଳାଫଳ ପରେ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା ଆରମ୍ଭ କରିଛନ୍ତି। ମମତା କହିଛନ୍ତି ‘ରାମ, ଶ୍ୟାମ ଏବଂ ବାମ’ ଏକତ୍ରିତ ହୋଇ ନିର୍ବାଚନରେ ​​ହିଂସା ସୃଷ୍ଟି କରିଥିଲେ।

ଏଠାରେ ମମତା ଏକାଠି ବିଜେପି, କଂଗ୍ରେସ ଏବଂ ସିପିଏମ୍ ଉପରେ ଆକ୍ରମଣ କରିଛନ୍ତି। ସୂଚନା ଥାଉ କି ନିର୍ବାଚନ ପୂର୍ବରୁ ବଙ୍ଗଳାରେ ବହୁତ ବଡ଼ ଧରଣର ହିଂସା କାଣ୍ଡ ହୋଇଥିଲା । ଏମିତିକି ଭୋଟ୍ ଦିନ ୧୯ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା। ମୃତ ସମସ୍ତ ବ୍ୟକ୍ତି କୌଣସି ନା କୌଣସି ଦଳର ବୋଲି କୁହାଯାଉଛି ।

ତେବେ ମତଦାନ ଦିନ ହିଂସା ଘଟଣାରେ ପ୍ରାଣ ହରାଇଥିବା ୧୯ ଜଣଙ୍କ ପରିବାରକୁ ମମତା କ୍ଷତିପୂରଣ ବାବଦରେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମମତା। ହିଂସାକୁ ନେଇ ମମତା କହିଛନ୍ତି ଯେ ମୁଁ ହିଂସାକୁ ସମର୍ଥନ କରେ ନାହିଁ କିମ୍ବା ଘୃଣା ଓ ହିଂସା ରାଜନୀତିରେ ବିଶ୍ବାସ କରେନାହିଁ।  ଏହା ମୋତେ ବ୍ୟଥିତ କରୁଛି ଯେ ରାମ, ଶ୍ୟାମ ଏବଂ ବାମ ଏକାଠି ହୋଇ ନିର୍ବାଚନକୁ ବିଚଳିତ କରିବା ପାଇଁ ହିଂସା କରିଥିଲେ। ମୁଁ ବହୁତ ସମୟ ଚୁପ୍ ରହିଲି କିନ୍ତୁ ମୋର ଧର୍ୟ୍ୟର ମଧ୍ୟ ଏକ ସୀମା ଅଛି ଜ୍ଝ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ