Masthead

ଆଜି ପୂଜା ପାଇବେ ଗଜାନନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଆଜି ହେଉଛି ଗଣେଶ ଚତୁର୍ଥୀ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦିପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଏପରିକି ସାହି ଗଳିରେ ଆଜି ପୂଜା ପାଇବେ ଗଜାନନ । ଚଳିତବର୍ଷ ୧୩ ଦିନ ଧରି ଚାଲିବ ଗଣେଶ ପୂଜା। ତେବେ ରାଜଧାନୀ ଭୁବନେଶ୍ବର, କଟକ, ରାଉରକେଲାରେ ବି ସୁନ୍ଦର ଆଲୋକମାଳା ସାଙ୍ଗକୁ ଚିତାକର୍ଷକ ସାଜସଜ୍ଜା ଓ ବିଶାଳ ମୂର୍ତ୍ତି କରାଯାଇଛି। ସେପଟେ ମହାରାଷ୍ଟ୍ରରେ ଗଣପର୍ବ ଭାବେ ଗଣପତି ବାବାଙ୍କ ପର୍ବ ବଡ ଧୁମଧାମରେ ପାଳିତ ହେଉଛି। ଆଜି ଶ୍ରୀମନ୍ଦିର ବଟ ଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନ କରାଯିବ । ଆଜି ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳିତ ହୋଇଥାଏ।

ସନ୍ଧ୍ୟା ଧୂପ ସରିବା ପରେ ବଟ ଗଣେଶ, ନୃତ୍ୟ ଗଣପତି, ଭଣ୍ଡ ଗଣେଶଙ୍କ ମନ୍ଦିରରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ। ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ବେହେରଣ କରଣମାନଙ୍କ ମାଦଳାପାଞ୍ଜି ରଖାଯାଇ ତହିଁ ଉପରେ ପତନୀ ଓ ପୁଷ୍ପମାଲ୍ୟ ଲାଗି ପୂର୍ବକ ଶୀତଳ ଭୋଗ ଓ ବନ୍ଦାପନା ସରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ୨୨ଟି ନଡ଼ିଆ ଭଙ୍ଗାଯାଇଥାଏ। ବଟ ଗଣେଶଙ୍କ ମନ୍ଦିରରେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ଜନସାଧାରଣ ବହୁ ସଂଖ୍ୟାରେ ସମବେତ ହୋଇଥାନ୍ତି। ଶ୍ରୀଗଣେଶଙ୍କ ପୂଜା ନିମିତ୍ତ ଧୂପ, ଦୀପ, ଭୋଗ ଦ୍ରବ୍ୟ ଧରି ପୂଜାର୍ଚ୍ଚନା କରିଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା