Masthead

ହମାସ ସଂସଦକୁ କବଜା କଲା ଇସ୍ରାଏଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧକୁ ମାସେ ପୂରିଲାଣି ତଥାପି ଥମୁନି ଯୁଦ୍ଧ । ଇସ୍ରାଏଲ୍- ହମାସ ଯୁଦ୍ଧ ମଧ୍ୟରେ ଗାଜାର ସର୍ବବୃହତ ହସପିଟାଲ ଠପ୍ ହୋଇଯାଇଛି। ବିଜୁଳି ଓ ପାଣି ବିନା ହସପିଟାଲରେ ଚିକିତ୍ସା ସମ୍ଭବ ହେଉନି। ଯୁଦ୍ଧ ମଧ୍ୟରେ ଶହ ଶହ ରୋଗୀ ଚିକିତ୍ସା ଅପେକ୍ଷାରେ ସେଠାରେ ଫସି ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ସୂଚନା ଦେଇଛି। ଗାଜାର ମୋଟ୍ ୩୬ଟି ହସପିଟାଲରୁ ୨୦ଟିରେ ଚିକିତ୍ସା ବ୍ୟବସ୍ଥା ଠପ୍ ରହିଛି। ଆଛ ଏବେ ଯୁଦ୍ଧରେ ଇସ୍ରାଏଲକୁ ମିଳିଛି ବଡ ସଫଳତା । ହମାସ ସଂସଦକୁ କବଜା କରିଛି ଇସ୍ରାଏଲ ସେନା ।

ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ଫଟୋ ସେୟାର କରିଛନ୍ତି । ଏହାକୁ ସେନାର ବଡ ଜିତ ବୋଲି କହିଛି । ସେପଟେ ଉତ୍ତରଗାଜାରେ ଥିବା ସମସ୍ତ ହମାସ ଶିବିର ନଷ୍ଟ ହୋଇଥିବା ଇସ୍ରାଏଲ ସେନା ଦାବି କରିଛି । ଏଥିସହ ହମାସକୁ ମୂଳପୋଛ କରିବା ଯାଏଁ ଯୁଦ୍ଧ ଚାଲିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତ୍ୟାନେହୁ କହିଛନ୍ତି ଗାଜା ଷ୍ଟ୍ରିପ୍ ଅକ୍ତିଆର ଅବା ସେଠାରେ ସରକାର ଚଲାଇବା ଆମର ଲକ୍ଷ୍ୟ ନୁହେଁ । ହେଲେ ଯୁଦ୍ଧ ସରିଲେ କିଏ ଗାଜାର ସରକାର ଚଳାଇବ ବୋଲି ପ୍ରଶ୍ନ କରିଛନ୍ତି ବେଞ୍ଜାମିନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା