Masthead

ପ୍ରାକୃତିକ ବିପର୍ଯ୍ୟୟ ମଣିଷ ପାଇଁ ଶିକ୍ଷା କି?

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପ୍ରକୃତି ଓ ପ୍ରାକୃତିକ ସମ୍ବଳକୁ ନଷ୍ଟ କରିବାରେ ଲାଗିଛି ମନୁଷ୍ୟ । କୁହାଯାଏ ସମୁଦ୍ରକୁ ଯାହା ପକାଯାଏ ସେ ଫେରାଇ ଦିଏ । ସେହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇରେ । ବାତ୍ୟା ତାଉତେର ପ୍ରଭାବ କମି ସାରିଛି । ଅନେକ ନିଖୋଜ ଅଛନ୍ତି ଅନେକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ବାତ୍ୟା ତାଉତେର ପ୍ରଭାବରେ ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଯାହା କି ମଣିଷ ବ୍ୟବହାର କରି ସମୁଦ୍ର ମଧ୍ୟକୁ ଫୋପାଡ଼ିଦେଇଥିଲା । ସେହିି ଅଳିଆ ଆବର୍ଜନା ସହ ସମ୍ପୂର୍ଣ୍ଣ ମାନବ ଜଗତକୁ ଏକ ବଡ଼ ଶିକ୍ଷା ମଧ୍ୟ ଦେଇଛି ବାତ୍ୟା ତାଉତେ । ପ୍ରଳୟ ବାତ୍ୟା ପରେ ମୁମ୍ବାଇବାସୀ ସେ ସବୁ ଫେରି ପାଇଛନ୍ତି ଯାହା ସେମାନେ ସମୁଦ୍ର ମଧ୍ୟରେ ଫୋପାଡ଼ି ଏହାକୁ ଦୂଷିତ କରିଥିଲେ । ଏହି ଅଳିଆକୁ ଦେଖିଲେ ଏପରି ଲାଗୁଛି ଏହା ସମୁଦ୍ର ବେଳାଭୂମି ନୁହେଁ କୌଣସି ଅଳିଆ ଗଦା । ପ୍ରକୃତିର ରିଟର୍ଣ୍ଣ ଗିଫ୍ଟ ମାନବ ସମାଜକୁ ଏକ ଉଚିତ ଶିକ୍ଷା ଦେଇଛି । ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ବହୁ ଧନ ଜୀବନ ନଷ୍ଟ ହେଉଛି । ବହୁ କ୍ଷୟ କ୍ଷତି ହେଉଛି, ଅନେକ ଲୋକ ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତି, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏହି ବିପର୍ଯ୍ୟୟ ମାନବ ସମାଜ ପାଇଁ ଏକ ଶିକ୍ଷା ମଧ୍ୟ ।

ଆମେ ପ୍ରକୃତି ସହ ଯେଉଁଭଳି ବ୍ୟବହାର କରୁଛେ ପ୍ରକୃତି ମଧ୍ୟ ଆମକୁ ତାହା ଫେରସ୍ତ କରୁଛି । ମାନବ ସଭ୍ୟତା ଯେଉଁଭଳି ଭାବେ ଦିନକୁ ଦିନ ପ୍ରକୃତିକୁ ନଷ୍ଟ କରିବାରେ ଲାଗିଛି, ଏଥିରେ ବୃକ୍ଷଲତାଠାରୁ ଆରମ୍ଭ କରି ନଦୀ, ନାଳ, ବାୟୁମଣ୍ଡଳ ଆଦି ଅତ୍ୟନ୍ତ କ୍ଷତିଗ୍ରସ୍ତ ହେଉଛି । ତେଣୁ ସେମାନେ ମଧ୍ୟ ବେଳେ ବେଳେ ମନୁଷ୍ୟ ସମାଜ ଉପରେ ଦାଉ ସାଜୁଛନ୍ତି । ବିଭିନ୍ନ ବିପର୍ଯ୍ୟୟ ମାଧ୍ୟମରେ ମନୁଷ୍ୟକୁ ଉଚିତ ଶିକ୍ଷା ଦେଉଛନ୍ତି । ତେବେ ଆଗକୁ ଯେପରି ପରିବେଶକୁ ଦୂଷିତ ନକରି ବର୍ଜ୍ୟବସ୍ତୁର ସଠିକ ଉପଯୋଗ କରିବା ସେ ନେଇ ଶିକ୍ଷା ଦେଇଛି ବାତ୍ୟା ତାଉତେ । କେବଳ ଏହି ବାତ୍ୟା ନୁହେଁ, ବିଭିନ୍ନ ସମୟରେ ହେଉଥିବା ପ୍ରଳୟଙ୍କରୀ ବନ୍ୟାରେ ମଧ୍ୟ ନଦୀ ମଧ୍ୟରୁ ବହୁ ଅଳିଆ ଭାସିଆସି ଜନସମାଜ ମଧ୍ୟରେ ଗଦା ହୋଇଯିବାର ଦୃଶ୍ୟ ନଜରକୁ ଆସିଛି । ଯାହାଦ୍ୱାରା ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି । ଆମେ ପ୍ରକୃତି ସହିତ ଯେଉଁଭଳି ବ୍ୟବହାର କରିବା, ପ୍ରକୃତି ମଧ୍ୟ ଆମ ସହିତ ସେହିଭଳି ବ୍ୟବହାର କରିବ । ଏହାହିଁ ବୁଝିବାକୁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା