ଆବାସ ଯୋଜନାରୁ ବଞ୍ଚିତ ମଲ୍ଲିକା

ସାରସକଣା (ବଡ଼ ଖବର ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଭୁରୁଷାଣୀ ପଞ୍ଚାୟତର ୫୮ ବର୍ଷୀୟା ବିଧବା ମହିଳା ମଲ୍ଲିକା ମୁଦି । ପରିବାର କହିଲେ ପୁଅ, ବୋହୁ, ନାତି ଓ ନାତୁଣୀ । ପୁଅ ଟ୍ରକ ଚଲାଇ ଯାହା ରୋଜଗାର କରନ୍ତି ସେତିକିରେ ୫ପ୍ରାଣୀ କୁଟୁମ୍ବ ଚଳୁଛି । ଭଙ୍ଗା ଦଦରା ପଲିଥିନ୍ ଘରେ ବିତୁଛି ଏମାନଙ୍କ ଜୀବନ । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ଲାଗି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ମଲ୍ଲିକା ଧାଇଁ ଧାଇଁ ନୟାନ୍ତ ହୋଇଥିଲେ ସୁଦ୍ଧା ଫଳାଫଳ ଶୂନ ।

ଭଙ୍ଗା ଦଦରା ପଲିଥିନ୍ ଟଣା ଘର କେତେବେଳେ ଯେ ଭୁସୁଡ଼ି ପଡ଼ିବ ତାର କିଛି ଭରସା ନାହିଁ । ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୩୦୦ ମିଟର ଦୂରରେ ମଲ୍ଲିକାଙ୍କ ଘର ଥିବା ବେଳେ ତାଙ୍କ ଉପରେ ପଡ଼ିନାହିଁ କାହାର ନଜର । ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ନିକଟରେ ବାରମ୍ବାର ଜଣାଇଛନ୍ତି ମଲ୍ଲିକା । ଶେଷରେ ନିରାଶ ହୋଇ ଆଉ କାହାକୁ ଗୁହାରି କରିବି ନାହିଁ ବୋଲି କହିଛନ୍ତି ମଲ୍ଲିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ