Masthead

କୋଭିଡ଼ ଯୋଦ୍ଧାଙ୍କୁ ନ୍ୟାୟ ଦିଅ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋଭିଡ଼ ଦ୍ୱିତୀୟ ଲହର ପାଇଁ ସ୍ୱାର୍ଥକୁ ବଳି ଦେଇ ଜୀବନ ଯୁଦ୍ଧରେ ବାହାରିପଡ଼ିଛନ୍ତି ଲୋକଙ୍କ ସେବାରେ ଓଡ଼ିଶା ପାରାମେଡିକାଲ ଷ୍ଟାଫ ଆସୋସିଏସନର କର୍ମଚାରୀ । ପାରାମେଡିକାଲ ଷ୍ଟାଫଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ୧୧୫ଦିନ ହେବ ଧାରଣାରେ ବସିଥିଲେ ଏହି କର୍ମଚାରୀବୃନ୍ଦ । କିନ୍ତୁ ଏହା ମଧ୍ୟରେ ସରକାରଙ୍କ ତରଫରୁ କୌଣସି ଆଲୋଚନା ତ ଦୂରର କଥା, ଶାସକ ଦଳର କୌଣସି ସଦସ୍ୟ ତାଙ୍କ ଦାବିକୁ କର୍ଣ୍ଣପାତ ବି କରିନାହାନ୍ତି । ବିଭିନ୍ନ ମାଧ୍ୟମରେ ନିଜ ଦାବି ସରକାରଙ୍କ ପାଖରେ ପହଞ୍ଚାଇଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପ୍ରଥମେ ନିଜେ ଭଦ୍ରକରେ ଏବଂ ପରେ ଲୋୟର ପିଏମ୍‌ଜିରେ ଗାନ୍ଧୀ ମାର୍ଗଠାର ଭିକ୍ଷାବୃତ୍ତି କରିବାଠାରୁ ନେଇ ସରକାରଙ୍କ ଅନ୍ତେଷ୍ଟି କ୍ରିୟା କରିବା ଭଳି ଅଭିନବ ପ୍ରତିବାଦ ମଧ୍ୟ ଜଣାଇଛନ୍ତି ଏହି କର୍ମଚାରୀ ।

ଏହାଛଡ଼ା ଏହି କଥାକୁ ମୁଖ୍ୟମନ୍ତ୍ରୀଙ୍କ କାନରେ ପହଞ୍ଚାଇବା ପାଇଁ ୧୪୦ କି.ମି.ର ପଦଯାତ୍ରା କରି ମଧ୍ୟ ଅସଫଳ ହୋଇଛନ୍ତି । ହେଲେ କରୋନା ମହାମାରୀର ଦ୍ଵିତୀୟ ଲହର ରାଜ୍ୟବାସୀଙ୍କୁ କାବୁ କରିଥିବା ବେଳେ ଏହି ଆଗ ଧାଡ଼ିର ପାରା ମେଡ଼ିକାଲ ଯୋଦ୍ଧା ମାନେ ନିଜ ଜୀବନକୁ ପାଣି ଛଡ଼ାଇ ପୂର୍ନବାର ସରକାରଙ୍କ ୧୮ ଦିନ, ୧ ମାସ, ୨ ମାସ, ୩ ମାସ ଭଳି ଅସ୍ଥାୟୀ ଡାକରାରେ ଜନସାଧାରଣ ଓ ଖୋଦ ସରକାରଙ୍କ ସ୍ଵାର୍ଥକୁ ଦୃଷ୍ଟିକୁ ଲକ୍ଷ ରଖି ଜୀବନ ଯୁଦ୍ଧକୁ ଲମ୍ଫ ପ୍ରଦାନ କରିଛନ୍ତି । କେଉଁ ଜିଲାରେ ୨୫% ତ କେଉଁ ଜିଲ୍ଲାରେ ୧୦୦% ପିଲା ନିୟୋଜିତ କରିଥିଲେ ହେଁ ଏଯାବତ ରାଜ୍ୟରେ ୩୦ ରୁ ୪୦ ପ୍ରତିଶତ ପିଲା ବେରୋଜଗାର ହୋଇ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି