Masthead

ଇସ୍ରାଏଲ-ହମାସ ଯୁଦ୍ଧ: ୪ ଦିନ ହେବ ଅସ୍ତ୍ର ବିରତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯୁଦ୍ଧକୁ ପୂରିଲାଣି ମାସେ । ଥମିବାର ନା ନେଉନାହିଁ । ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଦୁର୍ବଳ ହେଉଛି ହମାସ । ଆଗକୁ ମାଡ଼ି ଚାଲିଛି ଇସ୍ରାଏଲ ସେନା । ସେପଟେ ଯୁଦ୍ଧ ବିରତି ପାଇଁ ଇସ୍ରାଏଲ୍‌ ଓ ହମାସ୍‌ ଆଜି ପ୍ରତ୍ୟୁଷରେ ଏକ ରାଜିନାମାରେ ଉପନୀତ ହୋଇଛନ୍ତି । ଏହାକୁ ଇସ୍ରାଏଲ୍‌ର କ୍ୟାବିନେଟ୍‌ ମଞ୍ଜୁର କରିଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସରକାରଙ୍କ ସହିତ ବ୍ୟାପକ ଓ ବୈଠକ କରାଇ ଏହି ରାଜିନାମା ଚୂଡ଼ାନ୍ତ କରାଇଛନ୍ତି।

ରାଜିନାମା ଅନୁଯାୟୀ ୪ ଦିନ ଯୁଦ୍ଧ ବା ଅସ୍ତ୍ରବିରତି କରାଯିବ । ଏହି ସମୟରେ ହମାସ୍‌ ମୁଣ୍ଡଜାମିନ ବା ପଣବନ୍ଦୀ ରଖିଥିବା ୫୦ଜଣ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ। ଏହି ରାଜିନାମାକୁ ୩୮ଜଣ ଇସ୍ରାଏଲୀୟ ମନ୍ତ୍ରୀ ସମର୍ଥନ କରିଛନ୍ତି। କିନ୍ତୁ, ଏହି ରାଜିନାମା ବା ଚୁକ୍ତିକୁ ଚରମପନ୍ଥୀ ‘ଅଜ୍‌ମା ୟହଟିଡ୍‌’ ଓ ‘ରିଲିଜିୟସ୍‌ ଜିଓନିଜିମ୍‌’ ଦଳମାନେ ବିରୋଧ କରିଛନ୍ତି। ଆଉ କିଛି ସମୟ ପରେ ‘ପବ୍ଲିକ୍‌ ଡୋମେନ୍‌’ରେ ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ପ୍ରକାଶ କରାଯିବ। କିନ୍ତୁ, ଇସ୍ରାଏଲ୍‌ ସରକାର କହିଛନ୍ତି ଯେ, ପ୍ରତିଦିନ ୧୨ରୁ ୧୩ଜଣ ପଣବନ୍ଦୀଙ୍କୁ ହମାସ୍‌ ଗ୍ରୁପ୍‌ ମୁକ୍ତ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା