Before Header

ଝାରସୁଗୁଡାରେ ମାତିଛନ୍ତି ହାଇଫାଇ ଚୋର

0 116

ଝାରସୁଗୁଡା(ବଡ଼ ଖବର ବ୍ୟୁରୋ): ଝାରସୁଗୁଡାରେ ମାତିଛନ୍ତିି ହାଇଫାଇ ଚୋର । ଅଡିକାରରେ ଆସି ବନ୍ଧିୁକ ମୁନରେ ଡରାଇ ଧମକାଇ ଚୋରି କରୁଛନ୍ତି । ଲହି ଘଟଣାରେ ୪୭ ଜଣଙ୍କ ମଧ୍ୟରୁ ୪ ଜଣ ଗିରଫ ହୋଇଥିବା ବେଳେ ୨ଟି କାର୍ ବନ୍ଧୁକ, ଖଣ୍ଡା ଜବତ ହୋଇଛି । ଏଥି ନିମନ୍ତେ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା । ଗତ ୧୫ ତାରିଖ ରାତିରେ ସଦର ଥାନା ଅନ୍ତର୍ଗତ ମରାକୁଟାସ୍ଥିତ ଆକ୍ସନ ଇସ୍ପାତରେ ପଶି ବନ୍ଧୁକ ଓ ଖଣ୍ଡା ଦେଖାଇ ସୁରକ୍ଷା କର୍ମୀଙ୍କୁ ମାର୍ପିଟ୍ କରିବା ସହ ସ୍କ୍ରାପ୍ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୪୩ ଜଣ ଅଭିଯୁକ୍ତ ଏବେ ବି ଫେରାର୍ ରହିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ କକ୍ସ କଲୋନିର ମୁନୁ ପାଣ୍ଡେ, ମରାକୁଟାର ଗଣେଶ ଓରାମ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ପୁରୁଣାବସ୍ତିର ଦିନେଶ ଶଙ୍କର ଓରଫ ରାଧେ ଓ କ୍ରୀଷ୍ଣ ସା । ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍ ଏକ ଅଡି କାର୍(ଓଡି ୧୫ କ୍ୟୁ ୦୦୫୫), ଏକ ଏରଟିଗା କାର୍(ଓଡି ୨୩ ପି ୩୬୪୦)୨ଟି ପାଇପ୍, ୨ଟି ଖଣ୍ଡା ଓ ୨ ରାଉଣ୍ଡ ଜୀବନ୍ତ ଗୁଳି ଥିବା ଏକ ୯ ଏମଏମ୍ ଦେଶୀ ପିସ୍ତଲ ଜବତ କରିଛି।

ଜବତ ହୋଇଥିବା ଅଡି କାର୍ ଦୁଇଟି ସନ୍ଦୀପ ପଟ୍ଟନାୟକ ଓ ଅମ୍ରିତ ନାୟକ ନାମରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏହି ୨ ବ୍ୟକ୍ତିଙ୍କ କାର୍ ଅଭିଯୁକ୍ତଙ୍କ ନିକଟକୁ କୁଆଡ଼ୁ ଆସିଲା, ଏହି ୨ ବ୍ୟକ୍ତିଙ୍କର ମାମଲା ସହ କ’ଣ ସମ୍ପୃକ୍ତି ରହିଛି ସେନେଇ ମଧ୍ୟ ପୋଲିସ ସ୍ପଷ୍ଟ କରିନାହିଁ। ଏହି ମାମଲାରେ ଅନେକ ବଡ଼ ମାଫିଆଙ୍କ ହାତ ଥିବା ବେଳେ କିଛି ରାଜନୈତିକ ବ୍ୟକ୍ତିଙ୍କର ବି ଲିଙ୍କ୍ ରହିଥିବାରୁ ଅଭିଯୁକ୍ତଙ୍କୁ ଖସାଇ ଦିଆଯାଇଛି କି ବୋଲି ଲୋକେ ସନ୍ଦେହବ୍ୟକ୍ତ କରିଛନ୍ତି। ତେବେ ଏନେଇ ସଦର ଏସ୍ଡିପିଓ ନିର୍ମଳ ମହାପାତ୍ରଙ୍କୁ ପଚାରିବାରେ, କାରର ସମ୍ପୃକ୍ତି ଯାଞ୍ଚ କରାଯାଉଛି ବୋଲି କହିଛନ୍ତି।

ଅଭିଯୋଗ ଅନୁସାରେ, ଗତ ୧୫ ତାରିଖ ରାତିରେ ଆକ୍ସନ ଇସ୍ପାତରେ ସିକ୍ୟୁରିଟି ସୁପରଭାଇଜର ଭାବେ କାର୍ୟ୍ୟରତ ବ୍ରଜରାଜନଗରର ବାବୁଲୁ ଭୋଇ ଡ୍ୟୁଟିରେ ଥିଲେ। ଏହି ସମୟରେ ୪୭ ଜଣ ଲୋକ ବନ୍ଧୁକ, ଖଣ୍ଡା, ଲୁହା ପାଇପ୍ ଧରି ଭିତରେ ପ୍ରବେଶ କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ଭୟଭୀତ କରିଥିଲେ। ଏପରିକି କିଛି ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ସ୍କ୍ରାପ୍ ଚୋରି କରି ଫେରାର୍ ହୋଇଯାଇଥିଲେ। ଦୁବୁର୍ତ୍ତମାନେ କମ୍ପାନି ଭିତରେ ଆତଙ୍କ ଖେଳାଉଥିବା ବେଳେ କାର୍ ଓଡି ୨୩ ପି ୩୬୪୦ଟି ମୁଖ୍ୟ ଫାଟକ ନିକଟରେ ପଇଁତରା ମାରୁଥିଲା ।

ଦୁର୍ବୃତ୍ତମାନେ ବାହାରିଯିବା ପରେ ଉକ୍ତ କାର୍ଟି ବି ବାହାରି ଯାଇଥିଲା। ଏନେଇ ଶ୍ରୀ ଭୋଇ ପୁଲିସ୍କୁ ସୂଚନା ଦେଇଥିଲେ। ଏହି ଘଟଣାର ଦିନ ପୂର୍ବରୁ ଅର୍ଥାତ୍ ୧୪ ତାରିଖ ରାତିରେ ୨ ଟନ୍ ଲୁହା ବୋଝେଇ ପିକ୍ଅପ୍ ଛାଡ଼ି କିଛି ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ନେଇ ପୁଲିସ୍ ଏକ ମାମଲା ରୁଜୁ କରିଥିଲା। ମାତ୍ର ଉକ୍ତ ଘଟଣାରେ ଅଦ୍ୟାବଧି ପୋଲିସ ଜଣେ ହେଲେ ଅଭିଯୁକ୍ତଙ୍କୁ ଗିରଫ କରିପାରିନି।

Leave A Reply

Your email address will not be published.