Masthead

ଦ୍ଵିତୀୟ ଦିନରେ ଅନଶନ: ପ୍ରଶାସନ ସହ ତୃତୀୟ ପର୍ୟ୍ୟାୟ ଆଲୋଚନା ବିଫଳ

ପିପିଲି, (ବଡ଼ ଖବର ବ୍ୟୁରୋ): ୫ ଦଫା ଦାବି ନେଇ ପିପିଲି ସରକାରୀ ଡାକ୍ତରଖାନା ସମ୍ମୁଖରେ ଜାରି ରହିଛି ଆମରଣ ଅନଶନ। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଅନଶନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ତେବେ ପ୍ରଥମ ଦିନରେ ପ୍ରଶାସନ ସହ ଅନଶନକାରୀଙ୍କ ତୃତୀୟ ପର୍ୟ୍ୟାୟ ଆଲୋଚନା ବିଫଳ ହୋଇଛି। ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ପକ୍ଷରୁ ଆମରଣ ଅନଶନକୁ ବିପୁଳ ସମର୍ଥନ ମିଳିଛି । ସୋମବାର ରାତିରେ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଧାରଣାସ୍ଥଳରେ ପହଞ୍ଚିଥିଲେ।

ଆଜି ପୁନର୍ବାର ଆସି ଅନଶନକାରୀଙ୍କ ସହ ଯୋଡ଼ିହୋଇ ପ୍ରଶାସନ ନିକଟରେ ଦାବି ରଖିଛନ୍ତି। ଜିଲ୍ଲା ବିଜେପି ଅନଶନକାରୀଙ୍କ ସହ ରହିଛି ବୋଲି ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଆଜି କଂଗ୍ରେସ ନେତ୍ରୀ ନିରୁପମା ପାତ୍ର ଏବଂ ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ନାୟକ ସେମାନଙ୍କ ସମର୍ଥନ ଜଣାଇବା ସହ ପ୍ରତିକ୍ରିୟା ରଖିଛନ୍ତି। ଧାରଣାସ୍ଥଳରୁ ପଟ୍ଟନାୟକ ସିଡିଏମଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଯଥାଶୀଘ୍ର ଅନଶନକାରୀଙ୍କ ଦାବି ପୂରଣ କରିବାକୁ ଆଲୋଚନା କରିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’