Masthead

କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା

କୃଷି ଓ ଖାଦ୍ୟ ଉପରେ ମିଳିତ ଭାବେ କାର୍ଯ୍ୟ କରିବେ ଦୁଇ ଦେଶ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) :
ଭାରତ-ଇଟାଲୀ ମଧ୍ୟରେ ବଢିଲା ସଂପର୍କ । କୃଷି ଓ ଖାଦ୍ୟ ଉପରେ ମିଳିତ ଭାବେ କାର୍ଯ୍ୟ କରିବେ ଦୁଇ ଦେଶ । ଆର୍ଥିକ ସହଯୋଗ କମିଶନ ୨୨ତମ ଅଧିବେଶନରେ ଏନେଇ ନିଷ୍ପତ୍ତି ହୋଇଛି । ଆର୍ଥିକ ସ୍ଥିରତା, ଶିଳ୍ପ ସହଯୋଗ ଏବଂ ଅନ୍ତର୍ଭୁକ୍ତ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋଶ୍ଚାହିତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଯୋଜନା ହୋଇଛି । ଶିଳ୍ପ ୪.୦, ମହାକାଶ ଶକ୍ତି ପରିବର୍ତ୍ତନ ଓ ସ୍ଥାୟୀ ଗତିଶୀଳତା ସମେତ ରଣନୈତିକ କ୍ଷେତ୍ରରେ ସହଯୋଗକୁ ପ୍ରାଥମିକତା ଦେବାକୁ ସହମତ ପ୍ରକାଶ ପାଇଛି । ଦକ୍ଷତା ବିକାଶ, ଡିଜିଟାଲ୍ ନବସୃଜନ, ଏବଂ ଆଇଏମ୍ଇସି ଭଳି ପ୍ରକଳ୍ପରେ ମିଳିତ ପଦକ୍ଷେପ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଏଣିକି ସ୍ଥାୟୀ କୃଷି ମୂଲ୍ୟ ଶୃଙ୍ଖଳା, କୃଷି ଯନ୍ତ୍ରପାତି, ଖାଦ୍ୟ ପ୍ୟାକେଜିଂ, ସବୁଜ ହାଇଡ୍ରୋଜେନ ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ମଧ୍ୟ ପରସ୍ପର ସହଯୋଗର ହାତ ବଢ଼ାଇବେ । ଉଭୟ ଦେଶ ମଧ୍ୟରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଭାଗ ନେବା ସହ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ