Masthead

ଆପଲ ଫୋନରେ ସ୍ପାଇ ୱେୟାର ବ୍ୟବହାର କରିବା ହେଉଛି ସହଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦି ୱେୟାର ୱେବସାଇଟରେ ଦର୍ଶାଯାଇଛି ଯେ ପେଗାସସ ସ୍ପାଇୱେୟାର ଜରିଆରେ ଫୋନ ନମ୍ବର ଟାର୍ଗେଟ କରାଯାଇଥିବା ନେଇ ଫରେନସିକ ଟେଷ୍ଟରୁ ସ୍ପଷ୍ଟ ହୋଇଛି। ଆପଲ ଫୋନରେ ଏହି ସ୍ପାଇ ୱେୟାର ବ୍ୟବହାର ସହଜ ହୋଇଥାଏ । ପ୍ୟାରିସସ୍ଥିତ ଫରବିଡେନ ଷ୍ଟୋରିଜ ଓ ଆମେନଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏହି ତଥ୍ୟ ପ୍ରକାଶ ପାଇବା ପରେ ବିଶ୍ୱବ୍ୟାପୀ ଖବର ପ୍ରସାରିତ ହୋଇଛି । କେବଳ ଭାରତ ନୁହେଁ, ଆଜରବୈଜନ, ବାହାରିନ, ହଙ୍ଗେରୀ, କାଜାଖସ୍ତାନ, ମେକ୍ସିକୋ, ରୁଆଣ୍ଡା, ସାଉଦିଆରବ, ମରକୋ, ୟୁଏଇର ମଧ୍ୟ ଅନେକ ଫୋନ ନମ୍ବରକୁ ବି ଟାର୍ଗେଟ କରାଯାଇଛି ।

ସେପଟେ ଏହି ଗୁରୁତର ଅଭିଯୋଗକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଖଣ୍ଡନ କରିଛି । ଫୋନ୍ ଟ୍ୟାପିଂ ବିବାଦକୁ ନେଇ ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି ଲୋକସଭାରେ ବିବୃତି ରଖିଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ହ୍ୟାକିଂ ସହ ତଥ୍ୟ ଚୋରିର କୌଣସି ସମ୍ପର୍କ ନାହିଁ । ଲିକ୍ ହୋଇଥିବା ତଥ୍ୟରୁ ଜଣାପଡ଼ୁନି ତଥ୍ୟ ହ୍ୟାକିଂ ହୋଇଛି । ଫୋନ୍ ଟ୍ୟାପିଂକୁ ନେଇ ସରକାରଙ୍କ ନିୟମ ବେଶ କଠୋର ବୋଲି କହିଛନ୍ତି ବୈଷ୍ଣବ । ରିପୋର୍ଟରେ ଦିଆଯାଇଥିବା ତଥ୍ୟ କେବଳ ଭୂତେଇବା ଲାଗି ଏଥିରେ କୌଣସି ଦମ୍ ନାହିଁ । ପେଗାସସ୍‌ ସ୍ପାଇୱେୟାରକୁ ନେଇ ହଟଚମଟ ଜାରି ରହିଥିବା ବେଳେ ବିଭିନ୍ନ ଦଳର ସାଂସଦଙ୍କୁ ନେଇ ଗଠିତ ଆଇଟି ଷ୍ଟାଣ୍ଡିଂ କମିଟି ଏ ବିଷୟରେ ଖୋଳତାଡ଼ କରିବ। ଜୁଲାଇ ୨୮ରେ କମିଟିର ବୈଠକ ବସି ପୂରା ଘଟଣା ସଂପର୍କରେ ଖୋଳତାଡ଼ କରାଯିବ। ଏହି କମିଟିର ମୁଖ୍ୟ ହେଉଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର।

ସବୁ ଘଟଣାକୁ ବୁଝିବା ସହ ପ୍ୟାନେଲ ପକ୍ଷରୁ ସ୍ୱରାଷ୍ଟ୍ର, ଆଇଟି ଓ ଯୋଗାଯୋଗ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ପ୍ରଶ୍ନ କରାଯିବ। ନାଗରିକଙ୍କ ତଥ୍ୟର ସୁରକ୍ଷା ଓ ଗୋପନୀୟତା ସମ୍ପର୍କରେ ଆଇଟି ଷ୍ଟାଣ୍ଡିଂ କମିଟି ଆଲୋଚନା କରିବ। ଆଇଟି, ସ୍ୱରାଷ୍ଟ୍ର ଓ ଯୋଗାଯୋଗ ମନ୍ତ୍ରଣାଳୟର ପ୍ରତିନିଧିଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ଡକାଯିବ ବୋଲି କମିଟି ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି। ୨୦୧୯ରେ ଏହି କମିଟି ହ୍ୱାଟସଆପ୍‌ରେ ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗର ଯାଞ୍ଚ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ