Before Header

ଆପଲ ଫୋନରେ ସ୍ପାଇ ୱେୟାର ବ୍ୟବହାର କରିବା ହେଉଛି ସହଜ

0 35

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦି ୱେୟାର ୱେବସାଇଟରେ ଦର୍ଶାଯାଇଛି ଯେ ପେଗାସସ ସ୍ପାଇୱେୟାର ଜରିଆରେ ଫୋନ ନମ୍ବର ଟାର୍ଗେଟ କରାଯାଇଥିବା ନେଇ ଫରେନସିକ ଟେଷ୍ଟରୁ ସ୍ପଷ୍ଟ ହୋଇଛି। ଆପଲ ଫୋନରେ ଏହି ସ୍ପାଇ ୱେୟାର ବ୍ୟବହାର ସହଜ ହୋଇଥାଏ । ପ୍ୟାରିସସ୍ଥିତ ଫରବିଡେନ ଷ୍ଟୋରିଜ ଓ ଆମେନଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏହି ତଥ୍ୟ ପ୍ରକାଶ ପାଇବା ପରେ ବିଶ୍ୱବ୍ୟାପୀ ଖବର ପ୍ରସାରିତ ହୋଇଛି । କେବଳ ଭାରତ ନୁହେଁ, ଆଜରବୈଜନ, ବାହାରିନ, ହଙ୍ଗେରୀ, କାଜାଖସ୍ତାନ, ମେକ୍ସିକୋ, ରୁଆଣ୍ଡା, ସାଉଦିଆରବ, ମରକୋ, ୟୁଏଇର ମଧ୍ୟ ଅନେକ ଫୋନ ନମ୍ବରକୁ ବି ଟାର୍ଗେଟ କରାଯାଇଛି ।

ସେପଟେ ଏହି ଗୁରୁତର ଅଭିଯୋଗକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଖଣ୍ଡନ କରିଛି । ଫୋନ୍ ଟ୍ୟାପିଂ ବିବାଦକୁ ନେଇ ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି ଲୋକସଭାରେ ବିବୃତି ରଖିଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ହ୍ୟାକିଂ ସହ ତଥ୍ୟ ଚୋରିର କୌଣସି ସମ୍ପର୍କ ନାହିଁ । ଲିକ୍ ହୋଇଥିବା ତଥ୍ୟରୁ ଜଣାପଡ଼ୁନି ତଥ୍ୟ ହ୍ୟାକିଂ ହୋଇଛି । ଫୋନ୍ ଟ୍ୟାପିଂକୁ ନେଇ ସରକାରଙ୍କ ନିୟମ ବେଶ କଠୋର ବୋଲି କହିଛନ୍ତି ବୈଷ୍ଣବ । ରିପୋର୍ଟରେ ଦିଆଯାଇଥିବା ତଥ୍ୟ କେବଳ ଭୂତେଇବା ଲାଗି ଏଥିରେ କୌଣସି ଦମ୍ ନାହିଁ । ପେଗାସସ୍‌ ସ୍ପାଇୱେୟାରକୁ ନେଇ ହଟଚମଟ ଜାରି ରହିଥିବା ବେଳେ ବିଭିନ୍ନ ଦଳର ସାଂସଦଙ୍କୁ ନେଇ ଗଠିତ ଆଇଟି ଷ୍ଟାଣ୍ଡିଂ କମିଟି ଏ ବିଷୟରେ ଖୋଳତାଡ଼ କରିବ। ଜୁଲାଇ ୨୮ରେ କମିଟିର ବୈଠକ ବସି ପୂରା ଘଟଣା ସଂପର୍କରେ ଖୋଳତାଡ଼ କରାଯିବ। ଏହି କମିଟିର ମୁଖ୍ୟ ହେଉଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର।

ସବୁ ଘଟଣାକୁ ବୁଝିବା ସହ ପ୍ୟାନେଲ ପକ୍ଷରୁ ସ୍ୱରାଷ୍ଟ୍ର, ଆଇଟି ଓ ଯୋଗାଯୋଗ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ପ୍ରଶ୍ନ କରାଯିବ। ନାଗରିକଙ୍କ ତଥ୍ୟର ସୁରକ୍ଷା ଓ ଗୋପନୀୟତା ସମ୍ପର୍କରେ ଆଇଟି ଷ୍ଟାଣ୍ଡିଂ କମିଟି ଆଲୋଚନା କରିବ। ଆଇଟି, ସ୍ୱରାଷ୍ଟ୍ର ଓ ଯୋଗାଯୋଗ ମନ୍ତ୍ରଣାଳୟର ପ୍ରତିନିଧିଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ଡକାଯିବ ବୋଲି କମିଟି ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି। ୨୦୧୯ରେ ଏହି କମିଟି ହ୍ୱାଟସଆପ୍‌ରେ ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗର ଯାଞ୍ଚ କରିଥିଲା।

Leave A Reply

Your email address will not be published.