Masthead

ଜାଡେଜା ବିଶ୍ୱର ନଂ୧ ଟେଷ୍ଟ ଅଲରାଉଣ୍ଡର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଉ ଏକ ୱାଲ୍ଡ ରେକର୍ଡ଼ ସୃଷ୍ଟି କରିଛନ୍ତି । ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର ହୋଇଛନ୍ତି ସେ । ଏନେଇ ଆଇସିସି ପକ୍ଷରୁ ଏକ ର୍ୟାଙ୍କିଂ ତାଲିକା ପ୍ରକାଶ କରାଯାଇଛି । ଯେଉଁଥିରେ ଶୀର୍ଷରେ ରହିଛନ୍ତି ରବିନ୍ଦ୍ର ଜାଡେଜା । ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଜେସନ ହୋଲଡରଙ୍କୁ ହଟାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେ । ଏହି ତାଲିକାରେ ୩୮୬ ନଂ ସହ ଜାଡେଜା ଶୀର୍ଷରେ ରହିଥିବା ବେଳେ ୩୮୪ ନଂ ସହ ଜେସନ ହୋଲଡର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ ୩୭୭ ନଂ ସହ ତୃତୀୟ ସ୍ଥାନରେ ରହିଚନ୍ତି । ତେବେ ୩୫୩ ନଂ ସହ ଭାରତୀୟ ଦଳର ରବିଚନ୍ଦ୍ରନ ଅଶ୍ୱିନୀ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଅପରପକ୍ଷେ ଟେଷ୍ଟ ବ୍ୟାଟିଂ ତାଲିକା ମଧ୍ୟ ପ୍ରକାଶ କରିଛି ଆଇସିସି । ଯେଉଁଥିରେ ଶୀର୍ଷ ତିନିଜଣଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ଖେଳାଳି । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ହିଟମ୍ୟାନ୍ ରୋହିତ ଶର୍ମା ୭୪୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିବା ବେଳେ ସମାନ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି ଯୁବ ତାରକା ଋଷଭ ପନ୍ଥ । ତାଲିକାର ଶୀର୍ଷରେ ରହିଛନ୍ତି, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ । ତୃତୀୟରେ ରହିଛନ୍ତି ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍ । ଇଂଲଣ୍ଡର ଜୋ ରୁଟ୍ ପଞ୍ଚମ ସ୍ଥାନରେ ଥିବା ବେଳେ, ଅଷ୍ଟମରେ ହେନେରୀ ନିକୋଲ୍ସ, ନବମରେ ଡେଭିଡ୍ ୱାର୍ନର ଏବଂ ଦଶମରେ ଦକ୍ଷିଣଆଫ୍ରିକାର କ୍ୱିଣ୍ଟନ ଡିକକ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ