ମୋତେ ଛାଡ, ମୋ ଧନକୁ ଟିକେ ଦେଖିବି

ପୁରୀ(ବଡ଼ ଖବର ବ୍ୟୁରୋ): କରୋନା ଯୋଗୁଁ ବନ୍ଦ ରହିଥିଲା ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିଲା । ଦୀର୍ଘ ୯ ମାସ ଧରି ଭକ୍ତ ଓ ଭଗବାନଙ୍କ ର ମିଳନ ସମ୍ଭବ ନଥିଲା । ଏବେ ଖୋଲିଛି ମନ୍ଦିର । କୋଭିଡ କଟକଣା ଭିତରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେଉଛି ମିଳନ । ଆଜି ଥିଲା ଏକାଦଶୀ । ପୁରୀ ଗୋଡବାଡ ସାହୀର ୭୦ ବର୍ଷୀୟ ଲକ୍ଷ୍ମୀ ଦେ’ ପହଞ୍ଚିଥିଲେ ସିଂହଦ୍ୱାର ନିକଟରେ । ମନରେ ଥିଲା ଅନେକ ଆଶା । ବୈଧବ୍ୟ ଯନ୍ତ୍ରଣା ଭୋଗୁ୍ଥିା ଲକ୍ଷ୍ମୀ ଜଗନ୍ନାଥଙ୍କୁ ସବୁ କିଛି ଅର୍ପଣ କରିଦେଇଥିଲେ । ଏକାଦଶୀ ଯୋଗୁଁ ଧାଇଁ ଆସିଲେ ଶ୍ରୀମନ୍ଦିର । ବାଧା ଦେଲା ପୋଲିସ ।

ଗୋଡ ତଳେ ପଡି ନେହୁରା ହେଲେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବା ପାଇଁ ଅନୁରୋଧ କଲେ । ତଥାପି ନିଷ୍ଠୁର ପୋଲିସର ପାଶାଣ ହୃଦୟ ତରଳିଲା ନାହିଁ । ନିରାଶ ହେଲେ ଲକ୍ଷ୍ମୀ । ନାରାୟଣଙ୍କୁ ଭେଟିବା ବୋଧେ ତାଙ୍କ ଭାଗ୍ୟରେ ନାହିଁ । ପଣତ କାନିରେ ଲୁହ ପୋଛି ପୋଛି ଫେରିଲେ । ଭଗବାନଙ୍କ ସାନିଧ୍ୟ ପାିବା ପାଇଁ ଭକ୍ତ ଯୁଗେ ଯୁଗେ ପାଗଳ । ଭକ୍ତଙ୍କୁ ମଧ୍ୟ ଭଗବାନ କରନ୍ତି ପରୀକ୍ଷା । ହୁଏତ ଏହି ପରୀକ୍ଷା ଲକ୍ଷ୍ମୀଙ୍କ ପାଇଁ ହୋଇଥାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!