Masthead

ମୋତେ ଛାଡ, ମୋ ଧନକୁ ଟିକେ ଦେଖିବି

ପୁରୀ(ବଡ଼ ଖବର ବ୍ୟୁରୋ): କରୋନା ଯୋଗୁଁ ବନ୍ଦ ରହିଥିଲା ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିଲା । ଦୀର୍ଘ ୯ ମାସ ଧରି ଭକ୍ତ ଓ ଭଗବାନଙ୍କ ର ମିଳନ ସମ୍ଭବ ନଥିଲା । ଏବେ ଖୋଲିଛି ମନ୍ଦିର । କୋଭିଡ କଟକଣା ଭିତରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେଉଛି ମିଳନ । ଆଜି ଥିଲା ଏକାଦଶୀ । ପୁରୀ ଗୋଡବାଡ ସାହୀର ୭୦ ବର୍ଷୀୟ ଲକ୍ଷ୍ମୀ ଦେ’ ପହଞ୍ଚିଥିଲେ ସିଂହଦ୍ୱାର ନିକଟରେ । ମନରେ ଥିଲା ଅନେକ ଆଶା । ବୈଧବ୍ୟ ଯନ୍ତ୍ରଣା ଭୋଗୁ୍ଥିା ଲକ୍ଷ୍ମୀ ଜଗନ୍ନାଥଙ୍କୁ ସବୁ କିଛି ଅର୍ପଣ କରିଦେଇଥିଲେ । ଏକାଦଶୀ ଯୋଗୁଁ ଧାଇଁ ଆସିଲେ ଶ୍ରୀମନ୍ଦିର । ବାଧା ଦେଲା ପୋଲିସ ।

ଗୋଡ ତଳେ ପଡି ନେହୁରା ହେଲେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବା ପାଇଁ ଅନୁରୋଧ କଲେ । ତଥାପି ନିଷ୍ଠୁର ପୋଲିସର ପାଶାଣ ହୃଦୟ ତରଳିଲା ନାହିଁ । ନିରାଶ ହେଲେ ଲକ୍ଷ୍ମୀ । ନାରାୟଣଙ୍କୁ ଭେଟିବା ବୋଧେ ତାଙ୍କ ଭାଗ୍ୟରେ ନାହିଁ । ପଣତ କାନିରେ ଲୁହ ପୋଛି ପୋଛି ଫେରିଲେ । ଭଗବାନଙ୍କ ସାନିଧ୍ୟ ପାିବା ପାଇଁ ଭକ୍ତ ଯୁଗେ ଯୁଗେ ପାଗଳ । ଭକ୍ତଙ୍କୁ ମଧ୍ୟ ଭଗବାନ କରନ୍ତି ପରୀକ୍ଷା । ହୁଏତ ଏହି ପରୀକ୍ଷା ଲକ୍ଷ୍ମୀଙ୍କ ପାଇଁ ହୋଇଥାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା