Masthead

ଭଣ୍ଡାର ଯାଞ୍ଚ କରିବେ, ରତ୍ନ ଗଣିବେନାହିଁ?

ପୁରୀ(ବଡ଼ ଖବର ବୁରୋ) :ରତ୍ନଭଣ୍ଡାର ଖୋଲିଲେ ରତ୍ନ ଗଣତି ହେବ ନା ନାହିଁ? ଖାଲି ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରି ଗଣତିକୁ ଆଡେଇ ଦେବେ କି? ପରିଚାଳନା କମିଟି ବୈଠକରୁ ଆସିଥିବା ପ୍ରତିକ୍ରିୟା ଏଭଳି ଆଶଙ୍କା ବଢାଇ ଦେଇଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଧନସମ୍ପଦର ସ୍ଥିତି କ’ଣ? ଏସବୁ ସୁରକ୍ଷିତ ଅଛି ତ? ଏଭଳି ପ୍ରଶ୍ନ ଦୀର୍ଘଦିନ ଧରି ଜଗନ୍ନାଥପ୍ରେମୀଙ୍କୁ ଆନ୍ଦୋଳିତ କରିଛି । ତେବେ ହାଇକୋର୍ଟଙ୍କ ରାୟ ପରେ ଆଶା ସଂଚାର ହୋଇଥିଲା । ଦୀର୍ଘ ୪୫ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସଂପତ୍ତିର ଗଣତି ହେବ । ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କେବଳ ରତ୍ନଭଣ୍ଡାର ଯାଞ୍ଚ କଥା ଉଠିଲା, ରତ୍ନ ଗଣତି କଥାକୁ ଏଡାଇ ଦିଆଗଲା । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସଆଇ ପକ୍ଷରୁ କୁହାଯାଇଛି ରତ୍ନଭଣ୍ଡାର ଲେଜର ସ୍କାନିଂ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିବା ବେଳେ ରତ୍ନ ଅଳଙ୍କାର ଗଣତି ଦିଗରେ ଏଏସଆଇର ଭୂମିକା ନାହିଁ । ଆସନ୍ତା ୨୮ରେ ବାହାର କାନ୍ଥରେ ଲେଜର ସ୍କାନିଂ କରିବାକୁ ନିଷ୍ପତ୍ତି ହୋଇଛି ।

ସେପଟେ ରତ୍ନ ଗଣତିକୁ ନେଇ କୌଣସି ସ୍ପଷ୍ଟ ସଙ୍କେତ ନ ଆସିବାକୁ ନେଇ ଭକ୍ତ ପରିଷଦ ଅସନ୍ତୋଷ ଜାହିର କରିଛି । ପରିଚାଳନା କମିଟି ପକ୍ଷରୁ ରତ୍ନଭଣ୍ଡାର ଗଣତିରେ ଟାଳଟୁଳ ନୀତି ଅନେକ ସନ୍ଦେହ ବଢାଉଥିବା ମତପ୍ରକାଶ ପାଇଛି । ଅନ୍ୟପକ୍ଷରେ, ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପରେ ଯଦି ଦରକାର ହୁଏ ମରାମତି ହେବ । ସେହି ସମୟରେ ରତ୍ନ ଗଣତି ମଧ୍ୟ ହୋଇପାରେ ।
ବାହାର କାନ୍ଥରେ ଲେଜର ସ୍କାନିଂ ପରେ ଦରକାର ହେଲେ ଭିତର କାନ୍ଥରେ ସ୍କାନିଂ ହେବ ବୋଲି ଏଏସଆଇ ସୂଚନା ଦେଇଛି । ଲେଜର ସ୍କାନିଂ ପହଞ୍ଚିସାରିଛି । ତେବେ ଭକ୍ତ ଭିଡ଼କୁ ଆଖିରେ ରଖି କାର୍ତ୍ତିକ ମାସ ସରିବା ପରେ ୨୮ରେ ସ୍କାନିଂ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ