Before Header

ସଚିବ ପ୍ରସଙ୍ଗ ଛାଡୁନାହାନ୍ତି ବିରୋଧୀ କାଉଣ୍ଟର କରିବାକୁ ବିଜେଡି ଆଣିଲା ମାନସିକ ସ୍ଥିତି ଉପାଖ୍ୟାନ

0 39

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସଚିବ ପ୍ରଶ୍ନରେ ଆଜି ପୁଣି ହୁଲସ୍ତୁଲ ହେଲା ଗୃହ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପରେ ପ୍ରଶ୍ନ କଲେ ଉଭୟ ବିଜେପି ଓ କଂଗ୍ରେସ । କାଉଣ୍ଟର କରିବାକୁ ଯାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମାନସିକ ସ୍ଥିତି ଠିକ ନଥିବା କହିବାକୁ ପଛାଇଲା ନାହିଁ ବିଜେଡି । ଗୁରୁବାର ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଲା । କ୍ରିଡ଼ା ଯୁବ ବ୍ୟାପାର ଯୋଜନା ସମନ୍ୱୟ ଭଳି ବିଭାଗର ପ୍ରଶ୍ନ ଉତ୍ତର ହେଲା । ଏହା ପରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଉଠାଇଲେ ସଚିବଙ୍କ ପ୍ରସଙ୍ଗ । ସେ କହିଲେ ମୁଖ୍ୟମନ୍ତ୍ରୀ ସଚିବଙ୍କ ଗସ୍ତକୁ ନେଇ ଯେଉଁ ହିସାବ ଦେଇଛନ୍ତି ତାହା କେବଳ ହେଲିକପ୍ଟର ଉଡ଼ାଣରେ । କିନ୍ତୁ ସଭା କରିବା ପାଇଁ, ଟେଣ୍ଟ ପୋତିବା ପାଇଁ ଅନ୍ୟାନ ଖର୍ଚ୍ଚର ହିସାବ କିଏ ଦେବ । ସେ କଥାକୁ ଲୁଚା ଯାଇଛି କାହିଁକି? ଅନ୍ୟ ପକ୍ଷରେ ୫ଟି ସଚିବ ପାଲଲହଡା ବିଧାୟକଙ୍କ ବାହାଘର, ତାଲଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ସରକାରୀ ହେଲିକପ୍ଟର ନେଇ ଯାଇଛନ୍ତି ନା ନାହିଁ ।

ଏହା ସହ ମନ୍ତ୍ରୀ ପ୍ରଦୀପ ଅମାତ ବୁକିଂ ହୋଇଥିବା ହେଲିକପ୍ଟର ବ୍ୟବହାର କରିଛନ୍ତି ନାହିଁ । ଏଭଳି ପ୍ରଶ୍ନ ଉଠାଇଥିଲେ ଜୟନାରାୟଣ । ସେପଟେ କଂଗ୍ରେସ ଉଠାଇଥିଲା ଲୋକଙ୍କ ଅଭିଯୋଗ ସମାଧାନ ପ୍ରସଙ୍ଗ । ସରକାର କହୁଛନ୍ତି ସାରା ରାଜ୍ୟ ବୁଲି ବୁଲି ଅଭିଯୋଗ ଗ୍ରହଣ କରାଯାଉଛି । ଲୋକେ ଆଉ ପରିଶ୍ରମ ଖର୍ଚ୍ଚାନ୍ତ ହୋଇ ଆସୁ ନାହାନ୍ତି । ତାଙ୍କ ପାଖକୁ ସିଏମଓ ଯାଉଛି । କିନ୍ତୁ ଆମେ ଦେଖୁଛୁ ଲୋୟର ପିଏମଜିରେ ହଜାର ହଜାର ଲୋକ ଅନେକ ସଙ୍ଗଠନ ନିଜର ଅଭିଯୋଗ ଧରି ବସିଛନ୍ତି । କାହିଁକି ସିଏମଓ ତାଙ୍କ ପାଖକୁ ଯାଉ ନାହିଁ । ସେମାନଙ୍କ ଅଭିଯୋଗ ଶୁଣୁ ନାହିଁ । ରାଜ୍ୟରେ ଏକ ଅଗଣତାନ୍ତ୍ରିକ ସରକାର ଚାଲିଛି । ଏକ ଗୁମାସ୍ତା ଶାସନ ବୋଲି କହିଥିଲେ ନରସିଂହ ।

ଏହା ସହ ସେ କହିଥିଲେ ଗ୍ରିଭାନ୍ସ ଶୁଣିବାର ଅର୍ଥ ନୁହେଁ ଖାଲି ପଇସା ବାଣ୍ଟିବା । ନରସିହଂ ଜୟନାୟଣଙ୍କ ଏଭଳି ଶାଣିତ ଆକ୍ରମଣକୁ ମୁକାବିଲା କରିବାକୁ ଇସୁ୍ୟ ଉପରେ ମନ୍ତବ୍ୟ ରଖିବା ବଦଳରେ ବିଜେଡି ବିଧାୟକ ଅରୁଣ ସାହୁ ଉଭୟ ବରିଷ୍ଠ ସଦସ୍ୟଙ୍କ ମାନସିକ ସ୍ଥିତି ଠିକ୍ ନଥିବା କଥା କହିଥିଲେ । ସକାଳେ ଚା ପିଇବା ବେଳେ ଯାହା ଶୁଣୁଛନ୍ତି ତାହା ଆସି ବିଧାନସଭାରେ କହୁଛନ୍ତି ବୋଲି ଆକ୍ଷେପ କରିଥିଲେ । ଏହା ସହ ସେ କହିଥିଲେ ଯେଉଁମାନେ ଏକଥା ଉଠାଇଛନ୍ତି ସେମାନଙ୍କ ନିର୍ବାଚନ ମଣ୍ଡଳୀରେ କେତେ ବିକାଶ ହୋଇଛି ହିସାବ କରନ୍ତୁ । ଦରକାର ପଡ଼ିଲେ ବିତର୍କ କରିବାକୁ ବି ଆମେ ପ୍ରସ୍ତୁତ ଅଛୁ । ବିରୋଧୀ ଆଗ୍ରେସିଭଲି ସରକାରଙ୍କୁ ଘେରୁଛନ୍ତି । ସଚିବଙ୍କ ଇସୁ୍ୟ ଧରି ସରକାରୀ ସଦସ୍ୟଙ୍କୁ ବିବ୍ରତ କରିଦେଉଛନ୍ତି । ଯାହାର କାଉଣ୍ଟର କରିବାକୁ ଯାଇ ସରକାରୀ ସଦସ୍ୟ କେତେବେଳ ଏନଏଚ କେତେବେଳେ ଏମଏସପି ଆଉ ଏବେ ମାନସିକ ସ୍ଥିତି ଥିବା ପ୍ରସଙ୍ଗ ଧରିଛନ୍ତି ।

Leave A Reply

Your email address will not be published.