Masthead

ଗୋପାଳଙ୍କୁ କେବେ ମିଳିବ ଭତ୍ତା

କଣିହାଁ (ବଡ଼ ଖବର ବ୍ୟୁରୋ): ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳୁଛି ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି । ଯୋଗ୍ୟ ହିତାଧିକାରୀ ବାଦ ପଡୁଛନ୍ତି ଓ ଅଯୋଗ୍ୟ ନେଉଛନ୍ତି ଯୋଜନାର ଫାଇଦା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଣିହାଁ ବ୍ଲକ ସୁଶୁବା ପଞ୍ଚାୟତ ଝାରବେଡା ଗାଁରେ। ଗାଁର ଗୋପାଳ ବାଘ, ପାଞ୍ଚ ପ୍ରାଣୀଙ୍କୁ ନେଇ ନିଜ ଘର ସଂସାର । ବୟସର ଅପରାହ୍ନରେ ପହଞ୍ଚିସାରିଛନ୍ତି ଗୋପାଳ । ବୁଢା ବୟସରେ ବି ଘର ଚଳାଇବା ଦାୟିତ୍ୱ ତାଙ୍କ କାନ୍ଧ ଉପରେ । ଭେଣ୍ଡିଆ ପୁଅ ସୌଭାଗ୍ୟ ବାଘ ଦିର୍ଘଦିନ ଧରି ରୋଗାଗ୍ରସ୍ତ ହୋଇ ଘରେ ପଡିରହିଛନ୍ତି । ବୃଦ୍ଧ ବୟସରେ ପରିବାର ଚଳାଇବା ପାଇଁ ଗାଈ ଚରାଉଛନ୍ତି ଗୋପାଳ । ସରପଞ୍ଚଠୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ଗୁହାରି କରିଛନ୍ତି । ଭତ୍ତା ଖଣ୍ଡିଏ ପାଇଁ ଅଫିସରୁ ଅଫିସ୍ ଦୌଡ଼ି ଦୌଡ଼ି ନିରାଶ ହୋଇପଡିଛନ୍ତି । ପଞ୍ଚାୟ ଓ ବ୍ଲକ ପ୍ରଶାସନ ପକ୍ଷରୁ ଗୋପାଳଙ୍କୁ ଅଣଦେଖାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ କେବେ ନିଃସହାୟ ଗୋପାଳଙ୍କ ଗୁହାରିକୁ ପ୍ରଶାସନ ଶୁଣିବ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ