ଆପ କରୁଛି ବିଜେପିର ଗୁଇନ୍ଦାଗିରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜେପିର ଗୁଇନ୍ଦାଗିରି କରୁଛି ଆମ୍‌ ଆଦମୀ ପାର୍ଟି ସରକାର। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ବିଜେପି ଉପରେ ଗୁପ୍ତଚରଭାବେ ଖବର ନେଉଥିବାର ଅଭିଯୋଗ ହୋଇଛି । ଏହି ମାମଲାରେ ଉପ ରାଜ୍ୟପାଳ ବିନୟ ସକସେନା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଦୁର୍ନୀତି ନିବାରଣ ଅଧିନିୟମ ଆଧାରରେ ମାମଲା ରୁଜୁ କରିବାକୁ ସିବିଆଇକୁ ଅନୁମତି ଦେଇଛନ୍ତି ।

ସିସୋଦିଆଙ୍କ ସମେତ ୬ ଅନ୍ୟ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହେବ। ଏହି ୬ ଜଣଙ୍କ ମଧ୍ୟରେ ଜେଣ ଆଇଏଏସ୍‌ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ଅଭିଯୋଗ ମୁତାବକ, ଆମ୍‌ ଆଦମୀ ପାର୍ଟି ସରକାର ୨୦୧୫ରେ କ୍ଷମତାକୁ ଆସିବା ପରେ ଭିଜିଲାନ୍ସ ବିଭାଗ ଅଧୀନରେ ଏକ ଫିଡବ୍ୟାକ୍ ୟୁନିଟ୍ ଗଠନ କରିଥିଲେ ଯାହା ରାଜନୈତିକ ବିରୋଧୀଙ୍କ ଗୁପ୍ତଚର କାର୍ୟ୍ୟରେ ବ୍ୟବହୃତ ହୋଇଥିଲା। ଏଲଜିଙ୍କ କାର୍ୟ୍ୟାଳୟର ଅଧିକାରୀଙ୍କ କହିବାନୁସାରେ, ସିବିଆଇର ପ୍ରାଥମିକ ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି ଯେ ନେତାଙ୍କ ଉପରେ ଗୁଇନ୍ଦାଗିରି କରିବା ପାଇଁ ଏହି ଫିଡବ୍ୟାକ୍ ୟୁନିଟ୍ ବ୍ୟବହାର କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ