Masthead

ଦିନ ଦ୍ୱିପ୍ରହରରେ ଡକାୟତି ଉଦ୍ୟମ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଦିନ ଦ୍ୱିପ୍ରହରରେ ଡକାୟତି ଉଦ୍ୟମ କରିଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କଲା ନାଉଗାଁ ଥାନା ପୋଲିସ । ସୂଚନା ମୁତାବକ ଗତକାଲି ନାଉଗାଁ ଥାନା ଅଞ୍ଚଳର ବ୍ଲକ ଛକ ନିକଟରେ ଥିବା ଅନନ୍ତ ଚରଣ ସ୍ୱାଇଁଙ୍କ ଦୋକାନରୁ ଜୋର ଜବରଦସ୍ତ ଭାବେ ଧମକ ଦେଇ ଏକ ପାଣି ମଟର ସହିତ ନଗଦ ୨୨ ହଜାର ୫୦୦ ଟଙ୍କା ନେଇ ଫେରାର ହେବା ଘଟଣାକୁ ନେଇ ଏକ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନରେ ଅନନ୍ତ ଚରଣ ସ୍ୱାଇଁ କରିଥିଲେ ।

ଅଭିଯୋଗ ଆଧାରରେ ଘଟଣାକୁ ସମ୍ପୂର୍ଣ ତଦନ୍ତ କରିବା ସହିତ ସିସି ଟିଭି ଆଧାରରେ ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସିଲୁ ନାୟକଙ୍କ ସହିତ ତାଙ୍କ ଦୁଇ ସହଯୋଗୀ ଶିବ ଭୋଇ ଓ ଦିଲ୍ଲୀପ କୁମାର ମୁଦୁଲି ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ । ଅନ୍ୟପଟେ ଏହି କାରବାରରେ ବ୍ୟବହୃତ ଏକ ପଲସର ବାଇକି ଓ ଉକ୍ତ ପାଣି ମଟର ଜବତ କରି ଆଜି ତିନି ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଥିବାର ସୂଚନା ମିଳିଛି । ତେବେ ମୁଖ୍ୟ ଅଭିଯୁକ୍ତ ସିଲୁ ନାୟକର ୧୧ ରୁ ଉର୍ଦ୍ଧ ପୋଲିସ କେସ ରହିଥିବାର ସୂଚନା ଦେଇଛି ନାଉଗାଁ ଥାନା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ