Masthead

ଦିନ ଦ୍ୱିପ୍ରହରରେ ଡକାୟତି ଉଦ୍ୟମ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଦିନ ଦ୍ୱିପ୍ରହରରେ ଡକାୟତି ଉଦ୍ୟମ କରିଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କଲା ନାଉଗାଁ ଥାନା ପୋଲିସ । ସୂଚନା ମୁତାବକ ଗତକାଲି ନାଉଗାଁ ଥାନା ଅଞ୍ଚଳର ବ୍ଲକ ଛକ ନିକଟରେ ଥିବା ଅନନ୍ତ ଚରଣ ସ୍ୱାଇଁଙ୍କ ଦୋକାନରୁ ଜୋର ଜବରଦସ୍ତ ଭାବେ ଧମକ ଦେଇ ଏକ ପାଣି ମଟର ସହିତ ନଗଦ ୨୨ ହଜାର ୫୦୦ ଟଙ୍କା ନେଇ ଫେରାର ହେବା ଘଟଣାକୁ ନେଇ ଏକ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନରେ ଅନନ୍ତ ଚରଣ ସ୍ୱାଇଁ କରିଥିଲେ ।

ଅଭିଯୋଗ ଆଧାରରେ ଘଟଣାକୁ ସମ୍ପୂର୍ଣ ତଦନ୍ତ କରିବା ସହିତ ସିସି ଟିଭି ଆଧାରରେ ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସିଲୁ ନାୟକଙ୍କ ସହିତ ତାଙ୍କ ଦୁଇ ସହଯୋଗୀ ଶିବ ଭୋଇ ଓ ଦିଲ୍ଲୀପ କୁମାର ମୁଦୁଲି ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ । ଅନ୍ୟପଟେ ଏହି କାରବାରରେ ବ୍ୟବହୃତ ଏକ ପଲସର ବାଇକି ଓ ଉକ୍ତ ପାଣି ମଟର ଜବତ କରି ଆଜି ତିନି ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଥିବାର ସୂଚନା ମିଳିଛି । ତେବେ ମୁଖ୍ୟ ଅଭିଯୁକ୍ତ ସିଲୁ ନାୟକର ୧୧ ରୁ ଉର୍ଦ୍ଧ ପୋଲିସ କେସ ରହିଥିବାର ସୂଚନା ଦେଇଛି ନାଉଗାଁ ଥାନା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ