Masthead

ଅଧିବେଶନ ଶେଷ ଯାଏଁ ମୋହନ ଓ ମୁକେଶ ନିଲମ୍ବିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):   ସଚିବ ପ୍ରଶ୍ନରେ ଗତକାଲି ପୁଣି ହୁଲସ୍ତୁଲ ହେଇଥିଲା ଗୃହ । ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଶ୍ନ ପରେ ପ୍ରଶ୍ନ କଲେ ଉଭୟ ବିଜେପି ଓ କଂଗ୍ରେସ । କାଉଣ୍ଟର କରିବାକୁ ଯାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମାନସିକ ସ୍ଥିତି ଠିକ ନଥିବା କହିବାକୁ ପଛାଇଲା ନାହିଁ ବିଜେଡି । ଅନ୍ୟପଟେ ଗତକାଲି ବିଧାନସଭାରେ ଦେଖିବାକୁ ମିଳିଥିଲା ଅଭାବନୀୟ ଚିତ୍ର ।

ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫୋପାଡି ବିଧାନସଭାର ବାକି ଅଧିବେଶନରୁ ସସପେଣ୍ଡ ହୋଇଛନ୍ତି ବିଜେପି ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗ । ଏହା ପୂର୍ବରୁ ଶୂନ୍ୟକାଳରେ ବିଜେଡି ବିଧାୟକ ଅରୁଣ ସାହୁ, ବିରୋଧୀ ଦଳ ନେତାଙ୍କୁ ମାନସିକ ସ୍ବାସ୍ଥ୍ୟ ଠିକ୍ ନଥିବା ବୋଲି ଆକ୍ଷେପ କରିଥିଲେ । ଆଉ ଏହି ଶଦ୍ଦକୁ ଗୃହର ବିବରଣୀରୁ ବାଦ ଦେବାକୁ ଦାବି କରି ଅପରାହ୍ନରେ ଗୃହରେ ହଙ୍ଗାମା କରିଥିଲେ ବିଜେପି ବିଧାୟକମାନେ ।

କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ ନ କରିବାରୁ ଏହାକୁ ବିରୋଧ କରି ପଲିଥିନରେ ଆଣିଥିବା ଡାଲି ଦେଖାଇଥିଲେ ବିଜେପି ସଦସ୍ୟ । ପରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଫୋପାଡିଥିଲେ । ଯାହାକୁ ନେଇ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗକୁ ସସପେଣ୍ଡ କରାଯାଇଛି । ବାଚସ୍ପତି କହିଛନ୍ତି ସାମ୍ବିଧାନିକ ଭାବେ ନିଆ ଯାଇଛି କାର୍ଯ୍ୟାନୁଷ୍ଠାନ । ଶନିବାର ୧୦,୩୦ ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ