Masthead

ଜୟ ଜଗନ୍ନାଥ ରସଗୋଲା ଆମର..

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ରସଗୋଲା ବିବାଦ। ରସଗୋଲା ଓଡ଼ିଶାର ନାଁ ପଶ୍ଚିମବଙ୍ଗର । ଜି ଟିଭିରେ ଚାଲିଥିବା ସାରେଗାମାପା ସଙ୍ଗୀତ କାର୍ଯ୍ୟକ୍ରମରେ କଟକର ଝିଅ ସ୍ଥିତିପ୍ରଦ୍ମା ଦାସ ଜଗନ୍ନାଥଙ୍କର ନାଁ ନେଇ ରସଗୋଲା ବିବାଦ ଉପରେ ମତ ଦେଇଛନ୍ତି । ଯାହା ସାରା ଦେଶରେ ବେଶ୍ ଚର୍ଚ୍ଚା ହୋଇଛି। ଜୟ ଜଗନ୍ନାଥ ରସଗୋଲା ଆମର…..। ଏବେ ଏହି ଭିଡିଓ ସବୁ ସୋସିଆଲ ମିଡିଆରେ ଘନ ଘନ ସେୟାର ହେବାରେ ଲାଗିଛି। ଫେସ୍‌ବୁକ ଖୋଲିଲେ ଜୟ ଜଗନ୍ନାଥ ରସଗୋଲା ଆମରର ଭିଡିଓ।

ସୁଲଳିତ କଣ୍ଠରେ ଶାସ୍ତ୍ରୀୟ ସଙ୍ଗୀତ ଗାଉଥିଵା ଝିଅ ହେଉଛନ୍ତି କଟକ ସେଲ୍ଟର ଛକର ସ୍ଥିତିପ୍ରଦ୍ମା ଦାସ। ନିଜର ପ୍ରତିଭା ବଳରେ ସାରେଗାମାପାର ଶେଷ ୩୦ଜଣଙ୍କ ଭିତରେ ସ୍ଥାନ ପାଇଥିଲେ ସ୍ଥିତିପ୍ରଦ୍ମା । ଚର୍ଚ୍ଚିତ ରିଆଲିଟି ସୋ ସାରେଗାମାପାରେ ପ୍ରତିଯୋଗୀ ହୋଇଯାଇଥିବା ଓଡ଼ିଆ ଝିଅଙ୍କର ଏଭଳି ଜବାବ ଏବେ ସବୁ ଓଡ଼ିଆ ଜନସାଧାରଣଙ୍କ ମନରେ ଖୁସି ଭରି ଦେଇଛି। ଯୁବତୀ ସାରେଗାମାପା ସୋ’ ରେ ଜଜ୍ ହିମେଶ ରେଶମିୟାଙ୍କ ପ୍ରଶ୍ନ ଥିଲା ଓଡ଼ିଶାରୁ ଆସିଛ ଯଦି ତେବେ କୁହ ରସଗୋଲା କାହାର ।

ଏତିକି ଶୁଣିବା ପରେ କଟକ ଝିଅ ସ୍ଥିତି ପଦ୍ମା କହିଥିଲେ ‘ଯାହା ବି ହେଇଯାଉ ଜୟ ଜଗନ୍ନାଥ ରସଗୋଲା ଆମର’। ସାରେଗାମାପା ପ୍ରତିଯୋଗିତାରେ ଭାଗ ନେଇଥିବା କିଛି ପ୍ରତିଯୋଗୀତାଙ୍କୁ ପରେ ନିଳାଦ୍ରୀ ଵିଜେ, ଶ୍ରୀମନ୍ଦିରରେ ରସଗୋଲା ପରମ୍ପରା ସମ୍ପର୍କରେ ସ୍ଥିତିପ୍ରଦ୍ମା ଵୁଝାଇଵା ପରେ ଵଙ୍ଗୀୟ ପ୍ରତିଯୋଗୀ ମାନେ ମଧ୍ୟ ରସଗୋଲା ଓଡିଶାର ଵୋଲି ସ୍ବୀକାର କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ