Before Header

ମିଳିବନି ପାଣି, ଲୋକେ ହେବେ ହା ହା କାର

0 62

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି ଜଳ ସଂକଟ । ପାଣି ପାଇଁ ଲୋକେ ହା ହା କାର । ଏମିତିକି କିଛି ଦିନ ପରେ ମିଳିବନି ପାଣି ଯାହାକୁ ନେଇ କିଛି ଖବର ଏବେ ସାମ୍ନାକୁ ଆସିଛି, ଯାହା ଦେଖିବା ମିଳିବନି ପାଣି ,ଲୋକେ ହେବେ ହା ହା କାର । କିଛିଦିନ ପରେ ଆଉ ମିଳିବନି ପାଣି । ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସାରା ବିଶ୍ୱରେ ମଧୁର ଜଳର ସଂକଟ ଦେଖା ଦେଉଥିବାବେଳେ ୨୦୩୦ ସୁଦ୍ଧା ଦେଶର ଅଧା ଲୋକ ପାଣି ପାଇବାରୁ ବଞ୍ଚିତ ହେବେ । ଯାହାକୁ ନେଇ ମନ୍ତବ୍ୟ ରଖିଛି ଜାତୀୟ ଜଳ ନୀତି ଡ୍ରାଫ୍ଟ ।

ଡ୍ରାଫ୍ଟ କମିଟିର ଅଧ୍ୟକ୍ଷ ମିହିର ଶାହା ଜଳ ସଂକଟକୁ ନେଇ ଏପରି କିଛି ମନ୍ତବ୍ୟ ରଖିଛନ୍ତି ଯାହା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ । ତେବେ ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଦେଶରେ ବର୍ତ୍ତମାନ ଏପରି ଜଳ ସଂକଟ ଦେଖା ଦେଲାଣି ଯେ ୨୦୩୦ ସୁଦ୍ଧା ଜାତୀୟ ଜଳ ଚାହିଦାକୁ ପୂରଣ କରିବା କଷ୍ଟକର ହୋଇ ପଡ଼ିବ । ତେବେ ଏହାକୁ ମୁକାବିଲା କରିବା ଲାଗି ସେ କିଛି ଉପାୟ ମଧ୍ୟ କହିଥିବା ସୂଚନା ମିଳିଛି । ତେବେ ନୂତନ ଜାତୀୟ ଜଳ ନୀତିର ଡ୍ରାଫ୍ଟକୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି ଯେଉଁଥିରେ ଜଳର ବ୍ୟବହାରକୁ ପ୍ରାଥମିକତା ଆଧାରରେ ଶ୍ରେଣୀଭୁକ୍ତ କରାଯାଇଥିବା କୁହାଯାଇଛି । ଜୀବନ ସହ ଜଳର ସଂପର୍କ ଅର୍ଥାତ କିଭଳି ଜଳର ଆବଶ୍ୟକତା ଆମ ସହ ଜଡ଼ିତ ହୋଇ ରହିଛି ଏକ ସାକ୍ଷାତ କାରରେ କହିଛନ୍ତି ଡ୍ରାଫ୍ଟ କମିଟିର ଅଧ୍ୟକ୍ଷ ମିହିର ଶାହା ।

ଜଳର ସଂକଟକୁ ବୁଝି ଏବେ ଠାରୁ ସଜାଗ ହେବାକୁ ପଡ଼ିବ ବୋଲି ସାହା ସୂଚନା ଦେଇଛନ୍ତି । କାରଣ ବର୍ତ୍ତମାନର ଚାହିଦାକୁ ଦେଖିଲେ ୨୦୩୦ ସୁଦ୍ଧା ଜାତୀୟ ଜଳ ଚାହିଦା ଅଧା ପୂରଣ ହେବ ନାହିଁ । ଜଳବାୟୁ ପରିବର୍ତ୍ତନର ପରିସ୍ଥିତି ଏବଂ ଦେଶ ସମ୍ମୁଖୀନ ହେଉଥିବା ଜଳ ସଙ୍କଟ ଉପରେ ଆମେ ଗମ୍ଭୀରତାର ସହ ବିଚାର କରିଛୁ ବୋଲି ସେ ମତ ରଖିଛନ୍ତ । ସମୟ ଏବଂ ସଂକଟକୁ ଆଖି ଆଗରେ ରଖି “କମ୍ ଜଳ ଆବଶ୍ୟକ କରୁଥିବା ଫସଲ ଉପରେ ଗୁରୁତ୍ୱ ଦେବାକୁ ସାହା ପରାମର୍ଶ ଦେଇଛନ୍ତି । ଜଳର ସ୍ଥିରତାକୁ ପାଞ୍ଚଟି ବିଭାଗରେ ବିଭକ୍ତ କରାଯାଇଛି। ଏହାର ପ୍ରଥମ ବିଭାଗରେ, ଜୀବନ ପାଇଁ ଜଳର ବ୍ୟବହାର ରଖାଯାଇଛି, ଯେଉଁଥିରେ ପାନୀୟ ଜଳ, ରୋଷେଇ, ପରିମଳ ସହିତ ଜୀବନ ସହ ଜଡିତ ଆବଶ୍ୟକତା ରଖାଯାଇଛି ।

ଦ୍ୱିତୀୟ ବିଭାଗରେ ଖାଦ୍ୟ ନିରାପତ୍ତା, କୃଷି କାର୍ଯ୍ୟ ତଥା ନଦୀରେ ଗୁଣାତ୍ମକ ଜଳ ପ୍ରବାହକୁ ବଜାୟ ରଖିବା ଏବଂ ତୃତୀୟ ବିଭାଗରେ ସାମାଜିକ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଆବଶ୍ୟକତା ପାଇଁ ଜଳର ବ୍ୟବହାର , ଚତୁର୍ଥ ବିଭାଗରେ ଜଳ ସମ୍ବନ୍ଧୀୟ ବାଣିଜ୍ୟିକ କୃଷି ଓ ପଞ୍ଚମ ବିଭାଗରେ ଜଳ ଭଣ୍ଡାର ପ୍ରସ୍ତୁତି ବିଷୟରେ ଉଲ୍ଲେଖ ରହିଛି । ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ବର୍ତ୍ତମାନ ଜଳ ସଂକଟର ମାତ୍ରା ଏପରି ବୃଦ୍ଧି ଘଟିଛି ଯାହା ଦେଶର ଚିନ୍ତା ପାଲଟିଛି । ତେବେ କିପରି ଜିପରି ଏହାର ସମାଧାନ ହୋଇପାରିବ ତାହା ଏବେ ପ୍ରଶ୍ନବାଚୀ ।

Leave A Reply

Your email address will not be published.